ଛତ୍ରପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିଅମ ଠାରେ ତିନିଦିନ ଧରି ଚାଲିଥିବା ଛତ୍ରପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖେ ଉପରେ ଆଲୋକପାତ କରିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ କୃଷି ଓ କୃଷକ ର ବିକାଶ ନିମନ୍ତେ ବିଭିନ୍ନ କାମ କରିଛନ୍ତି, ଏଥି ନିମନ୍ତେ ଓଡିଶା ବହୁବାର ପୁରସ୍କାର ପାଇଛି ,ସେହିପରି ସାମ୍ମନୀତ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ଯୋଗଦେଇ କୃଷି ଓ କୃଷକ ମାନଙ୍କ ଉନ୍ନତି ହେଲେ ହିଁ ଦେଶର ଉନ୍ନତି ହୋଇପାରିବ l ଏଣୁ କୃଷି ଓ କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା କହିଥିଲେ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିବା ବେଳେ ଛତ୍ରପୁର କୃଷି ଜିଲ୍ଲା ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶଂକର୍ଷଣ ମଲ୍ଲ ଅତିଥି ଭାବେ ଯୋଗଦେଇ କୃଷି ଯନ୍ତ୍ରପାତି ଗୁଡିକ ରିହାତି ଦର ରେ ବିକ୍ରି କରିବା ପାଇଁ ଏହି ମେଳା ଆୟୋଜନ କରାଯାଇଥିବା ବୋଲି କହିଥିଲେ, ଛତ୍ରପୁର ର କୃଷି ଅଧିଦର୍ଶକ ଦୁର୍ଗାପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ,ଏହି ଅବସର ରେ ପୋଲସରା ମା ରାମଚଣ୍ଡୀ ଏସଏଚଜି ଗ୍ରୁଫ ଏବଂ ଖଣ୍ଡୁରୁ ଅଂଚଳର ମିନି ସାହୁ ଙ୍କୁ ପାୱାର ଟ୍ରିଲର ବାବଦରେ ରିହାତି ର ଏକ ଚେକ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ