ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦପ୍ତରୀଙ୍କ ହୃଦ୍‌ଘାତରେ ମୃତ

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଂଜାମ ଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ଦପ୍ତରୀ ଡି.ଭେଙ୍କଟଙ୍କ ବୁଧବାର ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ସବୁଦିନ ଭଳି ଆଜି ସେ କାର୍ଯ୍ୟାଳୟକୁ ଆସି ନିଜ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଟଳି ପଡିଥିଲେ । କାର୍ଯ୍ୟାଳୟର କର୍ମଚାରୀମାନେ ଭେଙ୍କଟଙ୍କୁ ତୁରନ୍ତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭେଙ୍କଟଙ୍କ ମୃତ ଖବର ପାଇବା ମାତ୍ରେ ଛତ୍ରପୁର ଡାକ୍ତରଖାନାରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରାଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଛତ୍ରପୁର ଠାରେ ଥିବା ସମସ୍ତ କାର୍ଯ୍ୟାଳୟ କର୍ମଚାରୀଙ୍କ ଭିଡ ଜମିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚୟତ ସାହେବଜେନାପଲ୍ଲୀ ଗ୍ରାମରେ ଭେଙ୍କଟଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ