ଛତ୍ରପୁର ଏନଏସିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା) : ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟକାର୍ଡ ଦ୍ୱାରା ମହିଳା ମାନେ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରାଶି ପାଇବାକୁ ଥିବା ବେଳେ ପୁରୁଷ ମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ସହାୟତା ପାଇପାରିବେ । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ଏନଏସି ପକ୍ଷରୁ ସ୍ଥାନୀୟ ଏନଏସି କଲ୍ୟାଣ ମଣ୍ଡପ ଓ ନୂତନ ବସଷ୍ଟାଣ୍ଡ ପରିସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହିତ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି । ଆଜି ଠାରୁ ୭ ଦିନ ମଧ୍ୟରେ ଛତ୍ରପୁର ଏନଏସିର ୩୪୦୦ ଜଣଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୫୦୦ ଜଣ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ, ପୂର୍ବତନ କାଉନସିଲର ବି.ରାଜିବାବୁ, ଟି. ଚନ୍ଦ୍ରଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ବାଦଲ ପାଣ୍ଡି, ବିଜୁ ଆଇନ ସାମ୍ମୁଖ୍ୟର ସଭାପତି ସୁରେଶ ପଣ୍ଡା,ସମ୍ପାଦକ ଏଲ୍. ଗୋପାଳ ରାଓ , ସରକାରୀ ଓକିଲ ଡମିନାଥ ସାହୁ, ଭୈରବୀ ପଟ୍ଟନାୟକ, କାଳି ପ୍ରସାଦ ଦାଶ, ରୋଟାରିଆନ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ସମେତ ବହୁ ଏନଏସି କର୍ମଚାରୀ, ଏସଏଚଜି ମହିଳା ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।