ଛତ୍ରପୁର ଏନଏସି ପକ୍ଷରୁ ଜଳସ୍ୱଚ୍ଛତା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଏନଏସି ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକୁ ବ୍ୟାପକ ଭାବେ କରାଯାଉଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସପ୍ତାହର ପ୍ରତି ସୋମବାରରେ ଜିଲ୍ଲାର ସମସ୍ତ ଏନଏସିରେ ଥିବା ବିଭିନ୍ନ ପୋଖରୀ ଗୁଡିକରେ ଜଳ ସ୍ୱଚ୍ଛତା ଦିବସ ପାଳନ କରାଯାଇ ସେଗୁଡିକୁ ସଫେଇ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌. ଗଣେଷ ବାବୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏନଏସିର ୨ ନମ୍ବର ୱାର୍ଡରେ ଥିବା ପୁତ୍ତି ଗୋପାଳପୁର ପୋଖରୀକୁ ସଫେଇ କରାଯିବା ସହିତ ପୋଖରୀ ଚାରି ପାଶ୍ୱର୍ରେ ଅଳିଆ ଆବର୍ଜନା ନ ପକାଇବା ପାଇଁ ସଚେତନତା କରାଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌. ଗଣେଷ ବାବୁ, ପରିମଳ ନିରୀକ୍ଷକ ଗୌରହରି ପଣ୍ଡାଙ୍କ ସମେତ ସମସ୍ତ ସ୍ୱଚ୍ଛସାଥି, ସୁପରଭାଇଜର ଓ ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ