ଛତ୍ରପୁର ଏନଏସି ପକ୍ଷରୁ ଜଳ ସ୍ୱଚ୍ଛତା ଦିବସ ଉପଲକ୍ଷେ ସଚେତନତା ରାଲି
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସୋମବାର ସକାଳ ସାଢେ ୭ ଟା ସମୟରେ ଛତ୍ରପୁର ଏନଏସି ପକ୍ଷରୁ ଜଳ ସ୍ୱଚ୍ଛତା ଦିବସ ଉପଲକ୍ଷେ ଏକ ସଚେତନତା ରାଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତ୍ରପୁର ଏନଏସି କାର୍ଯ୍ୟାଳୟ ଠାରୁ ବାହାରି ରିକାପଲ୍ଲୀ ଦେଇ ଛତ୍ରପୁର ସହର ପରିକ୍ରମା କରି ପୁତି ଗୋପାଳପୁର ସ୍ଥିତ ବିଶେଶ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା । ଜଳର ଅପଚୟ ନ କରିବା, ଜଳକୁ ସ୍ୱଚ୍ଛତା ରଖିବା,ପୌଖରିରେ କୌଣସି ଅଳିଆ ଆବର୍ଜନା ନ ପକାଇବା ପ୍ରମୁଖ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତା ସହିତ ବାହାରେ ମଳତ୍ୟାଗ ନ କରିବା କୁ ମଧ୍ୟ ଲୋକଙ୍କୁ ସଚେତନତା କରାଯାଇଥିଲା । ପ୍ରାରମ୍ଭରେ ଛତ୍ରପୁର ଏନଏସି କାର୍ଯ୍ୟାଳୟ ଠାରେ ଶପଥ ଗ୍ରହଣ କରାଯାଇଥିଲା । ପରେ ପୁତିଗୋପାଳପୁର ସ୍ଥିତ ବିଶେଶ୍ୱର ମନ୍ଦିର ଠାରେ ଥିବା ପୋଖରୀ ନିକଟରେ ଥିବା ବିଭିନ୍ନ ଅଳିଆ ଆବର୍ଜନା ଗୁଡିକ ସଫେଇ କରାଯାଇଥିଲା ଏବଂ ଗଂଜାମ ଜିଲ୍ଲପାଳଙ୍କ ସ୍ୱଚ୍ଛ ଗଂଜାମ , ସୁନ୍ଦର ଗଂଜାମ ର ବାର୍ତ୍ତା ଉପରେ କୁହାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନଏସି ର ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ଯୁଗଳ କିଶୋର ଦାସ, ଜି.ଜଗଦୀଶ ରେଡ୍ଡି. ଏସ୍ ଡାଲେୟା, କୃଷ୍ଣ ପ୍ରସାଦ ମହାପାତ୍ର, ସମିଲତା ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଜୋସ୍ନାମୟୀ ଜେନା ଓ ସୁଶାନ୍ତ କୁମାର ଷଡଙ୍ଗୀଙ୍କ ସମେତ ଛତ୍ରପୁର ଏନଏସିର ବହୁ କର୍ମଚାରୀ , ସ୍ୱଚ୍ଛ ସାଥୀଙ୍କ ସମେତ ବହୁ ସଂଗଠନର ସଦସ୍ୟା ମାନେ ଉପସ୍ଥିତ ଥିଲେ ।