ଛତ୍ରପୁର ଓକିଲ ସଂଘର କର୍ମକର୍ତା ନିର୍ବାଚିତ ସଭାପତି କେ.ଶିବରାମ ଓ ସଂପାଦକ ଏସ୍.ଶ୍ୟାମକୁମାର
ଛତ୍ରପୁର : ଛତ୍ରପୁର ଓକିଲ ସଂଘର କର୍ମକର୍ତା ନିର୍ବାଚନ ନିମନ୍ତେ ଆଜି ଭୋଟଗ୍ରହଣ ହୋଇଥିବା ସହ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ଏଥିରେ ସଂଘର ସଭାପତି ଭାବେ କେ.ଶିବରାମ ରେଡ୍ଡୀ, ଉପସଭାପତି ଭାବେ ସନ୍ତୋଷ କୁମାର ପଶୁପାଳକ, ସାଧାରଣ ସଂପାଦକ ଏସ୍.ଶ୍ୟାମ କୁମାର ଏବଂ ଲାଇବ୍ରେରୀ ଓ ସେମିନାରୀ ସଂପାଦକ ଭାବେ ଅପସରା ଜାନ ନିର୍ବାଚିତ ହୋଇଛନ୍ତି । ସଂଘର କର୍ମକର୍ତା ନିମନ୍ତେ ଗତ ୨୮ତାରିଖ ଦିନ ୧୧ଜଣ ସଦସ୍ୟ ବିଭିନ୍ନ ପଦବୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏଥିରେ ସଭାପତି ନିମନ୍ତେ ରାମକୃଷ୍ଣ ଦାଶ, କେ.କମଳ ଲୋଚନ ଦାସ ଓ କେ.ଶିବରାମ ରେଡ୍ଡୀ ମଧ୍ୟରେ ନିର୍ବାଚନ ହୋଇଥିଲା ସେଥିରୁ କେ.ଶିବରମା ରେଡ୍ଡୀ ୭୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ନିମନ୍ତେ ସନ୍ତୋଷ କୁମାର ପଶୁ ପାଳକ, ଡମିନାଥ ସାହୁ ଓ ସୁରେନ୍ଦ୍ର କୁମାର ପଣ୍ଡା ମଧ୍ୟରେ ନିର୍ବାଚନ ହୋଇଥିବା ବେଳେ ସନ୍ତୋଷ କୁମାର ପଶୁପାଳକ ୪୯ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।ା ସାଧାରଣସଂପାଦକ ନିମନ୍ତେ ଡି.ପଦ୍ମନାଭ ପ୍ରଧାନ, ଶିବ ପ୍ରସାଦ ସାହୁ ଏବଂ ଏସ୍.ଶ୍ୟାମ କୁମାର ମଧ୍ୟରେ ନିର୍ବାଚନ ହୋଇଥିବା ବେଳେ ସେଥିରେ ଏସ.ଶ୍ୟାମକୁମାର ୫୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । । ଲାଇବ୍ରେରୀ ଓ ସେମିନାର ସଂପାଦକ ନିମନ୍ତେ ବିଶ୍ୱ ଭୂଷଣକ ପାଢୀ ଓ ଅପସରା ଜାନ୍ ମଧ୍ୟରେ ନିର୍ବାଚନ ହୋଇଥିବା ବେଳେ ସେଥିରେ ଅପସରାଜାନ୍ ୯୨ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ଜଣାପଡିଛି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା , ସହକାରୀ ନିର୍ବାଚନ ଅଧିକାରୀ ଭାବେ ଦେବେନ୍ଦ୍ରନାଥ ମିଶ୍ର ଓ ସଂଜୟ କୁମାର ବେହେରା ଦାୟିତ୍ୱ ତୁଲାଇଛନ୍ତି ।
ସୂଚନା ଥାଉକି ଯେ ଛତ୍ରପୁର ଓକିଲ ସଂଘର କର୍ମକର୍ତା ନିର୍ବାଚନରେ ଦ୍ୱିତୀୟ ଥର ପାଇଁ କେ.ଶିବରାମ ରେଡ୍ଡୀ ସଭାପତି ହୋଇଥିବା ସାଧାରଣ ସଂପାଦକ ଭାବେ ଏସ୍.ଶ୍ୟାମ କୁମାର ସଂପାଦକ ଭାବେ ୫ମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।


