ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ମନୋନୀତ ଅମରେଶ ପ୍ରସାଦ ମିଶ୍ର ସଭାପତି ଓ ପ୍ରଦୀପ ପାଢି ସଂପାଦକ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ଓକିଲ ସଂଘ ର ଅନ୍ତରୀଣ କମିଟିର ପ୍ରଥମ ବୈଠକ ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଟ କମିଟି ସଦସ୍ୟ ଅମରେଶ ପ୍ରସାଦ ମିଶ୍ରଙ୍କୁ ସଭାପତି ରୂପେ ସର୍ବ ସମ୍ମତ୍ତିକ୍ରମେ ମନୋନୀତ କରାଯାଇଥିଲ।। ସେହିପରି ବରିଷ୍ଟ ସଂପାଦକ ସଦସ୍ୟ ରୂପେ ପ୍ରଦୀପ କୁମାର ପାଢୀଙ୍କୁ ମନୋନୀତ କରାଯାଇଥିବା ସ୍ଥଳେ ରଘୁନାଥ ମହାନ୍ତିଙ୍କୁ ଉପସଭାପତି ରୂପେ ଏବଂ ଦେବେନ୍ଦ୍ର କୁମାର ମିଶ୍ର ଓ ଚୈତନ୍ୟ ପ୍ରଧାନଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇ ସେମାନଙ୍କର ନାମ ଓଡିଶା ବାର କାଉନସିଲକୁ ପ୍ରେରଣ କରାଯାଇଛି ବୋଲି ବରିଷ୍ଟ ସଂପାଦକ ସଦସ୍ୟ ପ୍ରଦୀପ କୁମାର ପାଢି ପ୍ରେସ ବିବୃତି ଯୋଗେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ