ଛତ୍ରପୁର କୋର୍ଟ ପରିଦର୍ଶନ କରି ଆଇନ ସମ୍ବନ୍ଧ ରେ ବିଭିନ୍ନ ଜ୍ଞାନ ଆହୋରଣ କଲେ ୟୁରୋ ସ୍କୁଲର ବିଦ୍ୟାର୍ଥୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପିଲାଙ୍କ ପାଠପଢା ସହିତ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ସେବା ଏବଂ ବିଭିନ୍ନ ବିଷୟରେ ଜ୍ଞାନ ଆହୋରଣ ଲକ୍ଷ୍ୟ ନେଇ ଆନ୍ତର୍ଜାତୀୟ ମାର୍କା ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ମୁଖ୍ୟ ତଥା ଆଇନଜୀବି ରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ୟୁରୋ ସ୍କୁଲର ଏକାଡେମୀ ଡ଼ାଇରେକ୍ଟର ପ୍ରମୋଦ କୁମାର ମିଶ୍ରଙ୍କ ନେତୃତ୍ୱରେ ସ୍କୁଲର ଅଷ୍ଟମ ଶ୍ରେଣୀ ର ବିଦ୍ୟାର୍ଥୀ ମାନେ ମଙ୍ଗଳବାର ଛତ୍ରପୁର କୋର୍ଟ ପରିଦର୍ଶନ କରି ଆଇନ ସମ୍ବନ୍ଧରେ ବିଭିନ୍ନ ଜ୍ଞାନ ଆହୋରଣ କରିଥିଲେ । ଆଇନ ସ୍ଵାକ୍ଷରତା, କୋର୍ଟ କଚେରୀର ବିଭିନ୍ନ ସେବା ଓ ଆଇନ ବିଭିନ୍ନ ଦିଗ ବିଷୟରେ ପିଲା ମାନେ ଜ୍ଞାନ ଆରୋହଣ କରିଥିଲେ l ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ଆଇନଜୀବି ଚୈତନ୍ୟ ପ୍ରଧାନ, କୃଷ୍ଣ ବେହେରା, ସୁରେନ୍ଦ୍ର ପଣ୍ଡା, ମୋହନ ରେଡ୍ଡୀ ଙ୍କ ବହୁ ଆଇନଜୀବି ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ପିଲାଙ୍କୁ ବୁଝାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ