କେନାଲ ରେ ପାଣି ଛାଡ଼ : ଚାଷୀ କାନ୍ଦୁଛି,ଏନେଇ ଏଡିଏମ କୁ ଭେଟିଲେ ତିନୋଟି ପଂଚାୟତ ର ଚାଷୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଫସଲ ହସୁଛି, ଚାଷୀ କାନ୍ଦୁଛି। କହିବାର କାରଣ ଯେ ବର୍ଷ ତମାମ ଚାଷୀ ନିଜର ହାଡ଼ଭଙ୍ଗା ପରିଶ୍ରମ କରି ଫସଲ ଉତ୍ପାଦନ ପାଇଁ ଚାହିଁ ବସିଥିବା ବେଳେ ଆଜିଯାଇଁ ଚାଷୀ ଆଶାଜନକ ସଫଳ ପାଇନଥିଲେ ମଧ୍ୟ ନିଜର ଚାଷ ଜମିକୁ ବଂଚେଇବା ପାଇଁ କେନାଲ ପାଣିକୁ ଚାତକ ଭଳି ଚାହିଁ ବସିଥିଲେ ମଧ୍ୟ କେନାଲରେ ପାଣି ଆସୁନାହିଁ। ଯଦି ଆସୁଥିଲେ ମଧ୍ୟ ପ୍ରତି ଗାଁ ମୁଁହରେ କେନାଲରେ ନାହିଁ ପାଣି, ପମ୍ପ ଭରସାଧାର କରଜ କରି ଧାନ ଚାଷ କରିଥାନ୍ତି।କିନ୍ତୁ ଅମଳ ସମୟରେ ଯେମିତି ଭଗବାନ ଦାଉ ସାଜୁଥିବା ବିଗତ ବର୍ଷ ମାନଙ୍କରେ ଦେଖାଯାଇଛି, ଚଳିତ ବର୍ଷ ମଧ୍ୟ ଅମଳ ସମୟରେ ପୁଣି ସେହି ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଏବେ ଫସଲ ଭଲ ହୋଇଥିବା ବେଳେ ଫସଲକୁ ଦେଖି ଯେତିକି ଚାଷୀ ଖୁସି ତାଠୁ ବର୍ଷା ଅଭାବ ସେତିକି ଦୁଃଖ ଅନୁଭବ କରି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଅଜଗା ଘାକୁ ଦେଖେଇ ହେଉଛି ନା ଲୁଚେଇ ହେଉଛି ସେ ପରିସ୍ଥିତିରେ ଚାଷୀ ଏବେ ଅସହାୟ ହୋଇ କିଏ ଆକାଶକୁ ଚାହିଁ ବସିଛି ତ ଆଉ କିଏ ଧାର କରଜ କରି ପମ୍ପ ମାଧ୍ୟମରେ ନିଜ ଜମିକୁ ପାଣି ମାଡ଼ୁଛି, ଏପରି ପରିସ୍ଥିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ର ସଦର ମହକୁମା ଛତ୍ରପୁର ବ୍ଲକରେ। ବର୍ତମାନ ପରିସ୍ଥିତିରେ ଫସଲ ଭଲ ହୋଇଥିଲେ ମଧ୍ୟ ଜମିରେ ପାଣି ନଥିବାରୁ ଚାଷୀ କେନାଲ ଓ ବର୍ଷାକୁ ଚାହିଁ ବସିଛି, ବର୍ଷା ଅଭାବ ଚାଷୀ ମୁଣ୍ଡରେ ହାତ ରଖି ଆକାଶକୁ ଚାହିଁ ବସିଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ, ଲକ୍ଷ୍ମୀପୁର ଚମାଖଣ୍ଡି ପଞ୍ଚାୟତ ଅଞ୍ଚଳରେ ବର୍ଷା ଅଭାବ ସହ କେନାଲ ପାଣି ନ ଆସିବା ଯୋଗୁଁ ଏହି ଅଞ୍ଚଳରେ ଫସଲ ଅମଳ କମ ହେବା ସହ ଆଶଙ୍କା ବଢି ଯାଇଛି । ଏନେଇ ମଙ୍ଗଳବାର ତିନୋଟି ପଂଚାୟତ ର ଚାଷୀମାନେ ଗଞ୍ଜାମ ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି, ୧୫ ଓ ୧୬ନଂ କେନାଲ ରେ ପାଣି ନ ଆସିବା ରୁ ଚାଷୀ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଏଣୁ ୧୫ ଓ ୧୬ କେନାଲ ରେ ଆସନ୍ତା ସାତ ଦିନ ନିମନ୍ତେ ପାଣି ଛାଡିଲେ ଚାଷୀ କୁଳ ସେମାନଙ୍କ ଧାନ ଫସଲ ସଠିକ କରି ପାରିବେ ବୋଲି ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଭେଟି ଗୁହାରି ଜଣାଇଛନ୍ତି, ଏହା ସହିତ ଏକ ଲିଖିତ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି, ନଚେତ ପାଣି ଅଭାବ ରୁ ଚାଷୀ ମାନଙ୍କ ଧାନ ଫସଲ ନଷ୍ଟ ହୋଇଯିବାର ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି, ଏନେଇ ଅତିରିକ୍ତ ଜିଲ୍ଲାପାଳ ଜଳ ସେଚନ ଏବଂ କୃଷି ବିଭାଗ ର ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ସହ ସଂଗେ ସଂଗେ ଫୋନ ଯୋଗେ କଥା ହୋଇଥିଲେ, ଚାଷୀ ଙ୍କ ହିତ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ଏକ ଜରୁରୀ କାଳୀନ ବୈଠକ ଡ଼କାଯାଇ କେନାଲ ପାଣି କିପରି ଛଡା ଯିବ ସେ ସମ୍ପର୍କ ଆଲୋଚନା କରାଯିବ ବୋଲି ସେ ଚାଷୀ ମାନଂକୁ ସେ କହିଥିଲେ, ଏହି ଦାବି ପତ୍ର ପ୍ରଦାନ ବେଳେ ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳ କଣ୍ଠ ଦାଶ, ସିଏଚ ସତ୍ୟ ନାରାୟଣ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ମାଗୁଣି ବିଷୋୟୀ, ପୁରୁଷୋତ୍ତମ ପାତ୍ର, ଟୁକୁଲା ଷଡ଼ଙ୍ଗୀ, ଏନ ମୁନା ପାତ୍ର ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ


