ଛତ୍ରପୁର ଗୁରୁବାର ହାଟ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟବସାୟୀ ଜିଲ୍ଲାପାଳଙ୍କ ଠାରେ ଫେରାଦ
ଛତ୍ରପୁର,(ଦେବଦତ୍ତ ମହାରଣା): ଜିଲ୍ଲା ତଥା ଛତ୍ରପୁର ଅଞ୍ଚଳରେ କରୋନା ପରିସ୍ଥିତି ନିୟନ୍ତ୍ରଣ ଥିବା ଯୋଗୁଁ ଛତ୍ରପୁର ପାରମ୍ପରିକ ଗୁରୁବାର ହାଟକୁ କାର୍ଯ୍ୟକ୍ଷମ ତଥା ଖୋଲିବା ଲାଗି ମଙ୍ଗଳବାର ବ୍ୟବସାୟୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । କରୋନା କଟକଣା ନେଇ ଦୀର୍ଘ ୯ ମାସ ହେଲା ହାଟ ବନ୍ଦ ରହିଥିଲା । ବହୁ ବ୍ୟବସାୟୀ ସେମାନଙ୍କ ଜୀବିକା ହରାଇ ବସିଛନ୍ତି । କରୋନା ମହାମାରୀ ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଖିଲାପ ନ କରି ବ୍ୟବସାୟୀମାନେ ହାଟକୁ ବନ୍ଦ କରିଥିଲେ । ଏବେ ସ୍ଥିତି ନିୟନ୍ତ୍ରଣ ହୋଇଛି । ଏଣୁ ଜିଲ୍ଲା ପ୍ରଶାସନର ଗାଇଡ୍ ଲାଇନ୍ ମଧ୍ୟରେ ହାଟକୁ ଖୋଲିବାର ଅନୁମତି ପ୍ରଦାନ କଲେ କ୍ଷୁଦ୍ର ବ୍ୟବସାୟୀମାନେ ସେମାନଙ୍କ ହରାଇଥିବା ଜୀବିକା ଫେରି ପାଇବେ ରାଜେନ୍ଦ୍ର ମହାପାତ୍ର,ପ୍ରମୋଦ ମହାପାତ୍ର, ବିଶ୍ୱନାଥ ମହାଙ୍କୁଡ,ରବିନ୍ଦ୍ର ପଣ୍ଡା,ଏମ୍ ଭାସ୍କର,ସତ୍ୟ ବାଡତ୍ୟା,ବିନାୟକ ସାହୁଙ୍କ ସମେତ ବହୁ ବ୍ୟବସାୟୀ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।