ଛତ୍ରପୁର ଚଣ୍ଡିଛକ ଫ୍ରେଣ୍ଡସ ଗ୍ରୁପ୍ ପକ୍ଷରୁ ୧ଲକ୍ଷ ୮୫ହଜାର ଟଙ୍କାର ମାସ୍କ ପ୍ରଦାନ

ଛତ୍ରପୁର:କରୋନା ସଂକ୍ରମଣରୁ ମୁକାବିଲା ନିମନ୍ତେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର କର୍ମଚାରୀମାନଙ୍କ ନିମନ୍ତେ ଓ ସେମାନଙ୍କ ସୁରକ୍ଷା ପାଇଁ ଛତ୍ରପୁର ଚଣ୍ଡିଛକ ଫ୍ରେଣ୍ଡସ ଗ୍ରୁପ୍ ପକ୍ଷରୁ ୧ଲକ୍ଷ ୮୫ହଜାର ଟଙ୍କାର ଏନ୍ -୯୫ ମାସ୍କ ପ୍ରଦାନ କରାଯାଇଛି । ଜିଲ୍ଲାରେ ଅହରୋହ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀଠୁ ଆରମ୍ଭ କରି ବିଭିନ୍ନ କର୍ମଚାରୀମାନେ କରୋନା ମୁକାବିଲାର ସମ୍ମୁଖୀନ କରି ଆସୁଛନ୍ତି।ତେଣୁ ସେମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମାଜସେବୀ ଓ ସ୍ୱେଚ୍ଛାସେବୀମାନେ ସହଯୋଗର ହାତ ବଢାଇ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ନିମନ୍ତେ ଚଣ୍ଡିଛକ ଗ୍ରୁପ୍ ପକ୍ଷରୁ ଅନୁରୋଧ କରାଯାଇଛି।ଏହା ସହ ନିଜେ ସୁରକ୍ଷିତ ରହି ଅନ୍ୟକୁ କିପରି ସୁରକ୍ଷିତ ରଖାଯିବ ସେଥି ନିମନ୍ତେ ଲୋକମାନଙ୍କୁ ସଚେତନତା କରାଯାଇଛି । ଘରେ ରୁହନ୍ତ, ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବା ନିମନ୍ତେ ଚଣ୍ଡି ଛକ ଫ୍ରେଣ୍ଡସ ଗ୍ରୁପ୍ ପକ୍ଷରୁ ଅନୁରୋଧ କରାଯାଇଛି। ସୋମବାର ଡିଆରଡ଼ିଏ ସ୍ଥିତ ଡିଆରଡ଼ିଏ ପିଡ଼ିଙ୍କ କାର୍ଯ୍ୟାଳୟ ପରିସରରେ ଚଣ୍ଡିଛକ ଗ୍ରୁପ୍ ପକ୍ଷରୁ ଏକ ଲକ୍ଷ ୮୫ହଜାର ଟଙ୍କା ଏନ୍‌-୯୫ ମାସ୍କ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି ।ଏହି ମାସ୍କ ପ୍ରଦାନ ବେଳେ ମହେଶ ତରାଇ, ଜନାର୍ଦ୍ଦନ ରାଓ, ପ୍ରଦୀପ ପାଣିଗ୍ରାହୀ, ଜି . ପାପା ରାଓ, ମିଥୁନ୍ ସାହୁ, ରାଜେନ୍ଦ୍ର ସେନାପତି, ରମେଶ ଛୋଟେଇ, ସୁଦର୍ଶନ ପଟ୍ଟନାୟକ, ଆଫ୍ରୋଜ୍ ଖାନ୍ ଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ