ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ଅତିରିକ୍ତ ଦୌରା ଜଜ ମନୋରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା l ଏଥିରେ ୧୮ ଟି ମାମଲାର ଶୁଣାଣି କରାଯାଇଥିବା ବେଳେ ଗୋଟିଏ ଏନଆଇ ଆକ୍ଟ ମାମଲାର ସମାଧାନ କରାଯାଇ 5 ଲକ୍ଷ ଟଙ୍କା ସେଟଲମେଣ୍ଟ କରାଯାଇଥିଲା l ଏଥିରେ ସିନିୟର ସବଜଜ ଅଭିନନ୍ଦିତା ପଣ୍ଡା ଏସଡ଼ିଯେଏମ ପ୍ରିତିଶ କୁମାର ରଥ ଉପସ୍ଥିତ ଥିବା ବେଳେ ସରକାରୀ ଓକିଲ ଡ଼ମୀନାଥ ସାହୁ, ଗୋକୁଳ ଚନ୍ଦ୍ର ପଣ୍ଡା, ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, ସମ୍ପାଦକ ଏଲ ଗୋପାଳ ରାଓଙ୍କ ସମେତ ବହୁ ଓକିଲ ମାନେ ଉପସ୍ଥିତ ରହି ମାମଲା ଗୁଡିକର ପରିଚାଳନା କରିଥିଲେ l