ଛତ୍ରପୁର ଠାରେ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଜାନୁୟାରୀ ୧୯ ରୁ ୨୧ ତାରିଖ ତିନିଦିନ ଧରି ଜିଲ୍ଲାରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଜନ୍ମରୁ ୫ ବର୍ଷ ଶିଶୁ ପର୍ଯ୍ୟନ୍ତ ଏହି ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ରହିଛି । ଆଜି ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅନୁଷ୍ଠିତ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ପରିଦର୍ଶନ କରି ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ମହିଳା ଓ ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ ଓ ପଞ୍ଚାୟତିରାଜ ବିଭାଗ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏ.ତନୁଜା ରେଡ୍ଡୀଙ୍କ ପୌରହିତ୍ୟରେ ଡାକ୍ତର ଚନ୍ଦ୍ର ଶେଖର ମିଶ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ ସୀମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୂର୍ବରୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରଚାର ଗାଡି ସମସ୍ତ ବ୍ଲକ ବୁଲାଇ ଲକ୍ଷ୍ୟଧାର୍ଯ୍ୟ ମୁତାବକ ପୋଲିଓ ବୁନ୍ଦା ଶତକଡା ଶତପ୍ରତିଶତ ପୂରଣ କରିବା ନିମନ୍ତେ ଅହରହ ଉଦ୍ୟମ କରି କାର୍ଯ୍ୟତୁଲାଇଛନ୍ତି ।


