ଛତ୍ରପୁର ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତି ମହାସମାରୋହ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତ ସମ୍ବିଧାନର ପ୍ରଣେତା ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ବାମସେଫ୍, ଭାରତ ମୁକ୍ତି ମୋର୍ଚ୍ଚା, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ବହୁଜନ ମୋର୍ଚ୍ଚା,ଦଳିତ ସହାୟକ ପ୍ରତିଷ୍ଠାନ ସଂଙ୍ଘ, ସଂସାର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବାଇକ ଶୋଭାଯାତ୍ରା ପୁରୁଷୋତ୍ତମପୁର ଠାରୁ ଆରମ୍ଭ କରି ଆଖପାଖ ଅଂଚଳ ଓ ଗ୍ରାମ ପରୀକ୍ରମା କରି ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରେ ପହଂଚିଥିଲା । ସେଠାରେ ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଚାରଣ କରାଯିବା ସହ ଏହି ସଂଗଠନ ମାନଙ୍କ ପକ୍ଷରୁ ଶ୍ରମିକ ଓ ଦଳିତ ମାନଙ୍କ ହିତ ନିମନ୍ତେ ବିଭିନ୍ନ ଦାବି ସଂପର୍କରେ ଲୋକଙ୍କୁ ସଚେତନତା କରାଯାଇଥିଲା । ଏଥିରେ ଭାରତ ମୁକ୍ତି ମୋର୍ଚ୍ଚା ସଭାପତି ତଥା ଆଇନଜିବୀ ସୁମା ଦାସ, ଦଳିତ ସହାୟକ ପ୍ରତିଷ୍ଠାନ ର ସଭାପତି କାଳୁ ଚାରଣ ନାୟକ, ଶ୍ରମିକ ନେତା ଜଗନ୍ନାଥ ପ୍ରଧାନ, ଶ୍ରୀହରି ନାୟକ, ଯୁଗଳ କିଶୋର ବେହେରା, ଗୋପୀ ନାୟକ, ସଂସାର ରମେଶ ଚନ୍ଦ୍ର ସାହୁ, ବିଜୟ ସ୍ୱାଇଁ, ବାମସେଫ ସଭାପତି ଅଜୟ ନାୟକ ଙ୍କ ସମେତ ବହୁ ସଂଗଠନର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।ପୂର୍ବାହ୍ନ ରେ ଲୋୟର ବସଷ୍ଟାଣ୍ଡ ଠାରେ ଥିବା ଗୌତମ ବୃଦ୍ଧଙ୍କ ମୂର୍ତ୍ତି ଠାରେ ଡ଼ଃ ଭୀମାରାଓ ରାମଜୀଆମ୍ବେଦକର ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟାର୍ପଣ କରି ୧୩୨ତମ ଜୟନ୍ତୀ ପାଳନ କରିଥିଲେ


