ଛତ୍ରପୁର ଠାରେ ସଂକଳ୍ପ ଦିବସ ପାଳିତ
ଛତ୍ରପୁର ,(ଦେବଦତ୍ତ ମହାରଣା ): କୃଷି ଓ କୃଷକ ବି ଧ୍ୱଂସକାରୀ ନୂତନ-୨୦୨୦ କୃଷି କଳା ଆଇନ ରଦ୍ଦ କରିବା ଦାବି ନେଇ ଆଜି ଗଞ୍ଜାମ ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଛତ୍ରପୁର ଠାରେ ସଂକଳ୍ପ ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଭାପତି ରାଜୀବଲୋଚନ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ଚାଷୀ ଓ ଚାଷୀନେତା ମାନେ ଏହି କଳ ଆଇନ ରଦ୍ଦ କରିବା ନିମନ୍ତେ ଦାବି କରିଥିଲେ । ଏହା ସହିତ ଭାରତର ସମ୍ବିଧାନକୁ ସୁରକ୍ଷା ରଖିବା ନିମନ୍ତେ ଆଇନଜୀବୀ ଗୋକୁଳଚନ୍ଦ୍ର ପଣ୍ଡା ସମସ୍ତ ଚାଷୀ ଭାଇ ମାନଙ୍କୁ ଶପଥପାଠ କରାଇଥିଲେ । ଏଥିରେ ସିପିଆଇର ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାସ, ଆଇନଜୀବୀ ଡ଼ି. ଆଦି ନାରାୟଣ ରେଡ୍ଡି, ସିପିଆଇ ଛତ୍ରପୁର ଜୋନାଲ୍ ସମ୍ପାଦକ ଏସ୍. କ୍ରିଷ୍ଣା ରେଡ୍ଡି, ପ୍ରଫୁଲ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ବହୁଜନକ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଦାସ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ ସମେତ ବହୁ ଚାଷୀ ଓ ଚାଷୀନେତା ମାନେ ସାମିଲ୍ ଥିଲେ ।