ଛତ୍ରପୁର ଠାରେ ସଂଗ୍ରାମୀ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ

ଛତ୍ରପୁର, (ଦେବଦତ୍ତ ମହାରଣା):ଆମ ଦେଶ ଭାରତକୁ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମ ରାଜ୍ୟ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କୁ ମନେରଖିବା(ସ୍ମରଣ କରିବା ) ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆରଡ଼ିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିର୍ଦେଶକ୍ରମେ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କ ତତ୍ଵାବଧାନ ରେ ଶନିବାର ୭୪ତମ ସ୍ୱାଧୀନତା ଦିବସ ଅବସର ରେ ଏହି ସଂଗ୍ରାମୀ ମହାପୁରୁଷ ମାନଙ୍କ ର ପ୍ରତିମୂର୍ତ୍ତି ଗୁଡିକୁ ପୁଲିସ ପୁଡିଆ ସମ୍ମୁଖ ରାସ୍ତା ପାଶ୍ୱର୍ରେ ସ୍ଥାପନ କରାଯାଇଛି । ଏହାଦ୍ୱାରା ଛତ୍ରପୁର ସହରର ସୌନ୍ଦର୍ଯ୍ୟ ଏବଂ ଶୋଭାକୁ ଦ୍ବିଗୁଣିତ କରୁଛି l ପୂର୍ବରୁ ମଧ୍ୟ ଛତ୍ରପୁର ଏନଏସି ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ ନିମନ୍ତେ ବହୁ ଗୁଡିଏ କାର୍ଯ୍ୟ କରାଯାଇଛି l ବହୁ ପାର୍କ, ଆଇ ଲଭ ୟୁ ସେଲ୍ଫି ପଏଣ୍ଟ ଠାରୁ ଆରମ୍ଭ ବିଭିନ୍ନ ପ୍ରକାର ଜିଙ୍କଯାକ ଲାଇଟ ମଧ୍ୟ ସହର ର ବିଭିନ୍ନ ସ୍ଥାନ ରେ ଲଗାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ