ଛତ୍ରପୁର ଠାରେ ୬୦ ଜଣ ବିଶିଷ୍ଟ ପୁରୁଷ ରହଣି ବ୍ୟାରେକ ଉଦଘାଟନ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ପୁରୁଣା ପୋଲିସ ଲାଇନ ନିକଟରେ ୬୦ ଜଣ ବିଶିଷ୍ଟ ନୂତନ ପୁରୁଷ ବ୍ୟାରେକ ଉଦଘାଟନ ହୋଇଛି l ଏହାକୁ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିବା ସହ ସମ୍ମାନିତ ଅତିଥି ରୂପେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗଦେଇଥିଲେ l ଏହି ତିନିମହଲା ବିଶିଷ୍ଟ କୋଠାକୁ ଓଡିଶା ରାଜ୍ୟ ଗୃହ ନିର୍ମାଣ ନିଗମ ଦ୍ୱାରା କାର୍ଯ୍ୟ କରାଯାଇଥିବା ବେଳେ, ଏହାର ଅଟକଳ ମୂଲ୍ୟ ୧ କୋଟି ୬୧ ଲକ୍ଷ ରହିଛି l ଏହି କାର୍ଯ୍ୟକ୍ରମ ଅତିରିକ୍ତ ଏସପି ପି. କେ ଦଳାଇ , ଛତ୍ରପୁର ଏସ୍ଡ଼ିପିଓ ଗୌତମ କିସାନ , ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି,ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଙ୍କ ସମେତ ବହୁ ପୋଲିସ ଅଧିକାରୀ କନେଷ୍ଟବଳ ଓ ଗୃହରକ୍ଷୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ