ଛତ୍ରପୁର ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ପଦ୍ମପୁର ଉପ ନିର୍ବାଚନରେ ୪୨୬୩୮ ଭୋଟ ବ୍ୟବଧାନରେ ବିଜେଡି ବିଜୟ ଲାଭ କରି ଇତିହାସ ରଚିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଉତ୍ସବ ମୁଖର ହୋଇଉଠିଛି l ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବହୁ ଦଳୀୟ ନେତା ଓ କର୍ମୀ ମାନେ ସ୍ଥାନୀୟ ଲୋୟାର ବସ ଷ୍ଟାଣ୍ଡ ଠାରେ ବାଣ ଫୁଟାଇ, ମିଠା ବାଣ୍ଟି ବିଜେଡିର ଏହି ବିଜୟ ଉତ୍ସବ ପାଳନ କରିଛନ୍ତି l କେବଳ ସେତିକି ନୁହେଁ “ନବୀନ ପଟ୍ଟନାୟକଙ୍କ ଜୟ ଜୟ କାର ରେ କମ୍ପି ଉଠିଛି ସାରା ସହର” l ବିଜେଡି ତୁଙ୍ଗ ନେତା ଓ କର୍ମୀ ଏକତ୍ର ହୋଇ,ପଦ୍ମପୁର ଉପନିର୍ବାଚନର ବିଜୟ ଉଳ୍ଳାସ ପାଳିଲେ । ଏହି ବିଜୟ ଉତ୍ସବ ରେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ,ଶ୍ରୀରାମ ଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ,ପୂର୍ବତନ ସମିତି ସଭ୍ୟ ଜୟରାମ ଲେଙ୍କା, ଛାତ୍ର ବିଜେଡିଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଆଠନଂ ୱାର୍ଡ କାଉନସିଲର କେ. ରମେଶ,ଏନ. ଗିରିଧର ରାଓ, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,ଛତ୍ରପୁର ବିଜୁ ଆଇନ ସମ୍ମୁଖ୍ୟ ର ଏଲ. ଗୋପାଳ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଯୁବ ନେତା ଅଭିରାମ ପ୍ରଧାନ, ସନ୍ତୋଷ ବେହେରା, ଓକିଲ ଟି ମୋହନ ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l


