ଛତ୍ରପୁର ଠାରେ ୭ମ ଗଞ୍ଜାମ ଜିଲ୍ଲା ସ୍ତରୀୟ କ୍ୟୁରୋଗୀ ଓ ୬ଷ୍ଠ ପୁମସେ ଟାଏକୋଣ୍ଡୋ ପ୍ରତିଯୋଗିତା
ଛତ୍ରପୁର : ଛତ୍ରପୁରର ରିଡିଂ ରୁମ୍ ପରିସରରେ ରବିବାର ଦିନ ଆୟୋଜିତ ୭ମ ଗଞ୍ଜାମ ଜିଲ୍ଲା ସ୍ତରୀୟ କ୍ୟୁରୋଗୀ ଓ ୬ଷ୍ଠ ପୁମସେ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି। ପୂର୍ବାହ୍ନ ୧୧ଟା ସମୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଓକେସିଏଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମନୋରଂଜନ ପୁଥାଳ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ର ସଭାପତି ଶ୍ରୀକାନ୍ତ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଓଡିଶା ଟାଏକୋଣ୍ଡୋ ସଂଘର କୋଷାଧ୍ୟକ୍ଷ ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ଆନ୍ତର୍ଜାତୀୟ ରେଫରୀ ଅଶୋକ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆନ୍ତର୍ଜାତିକ ରେଫରୀ ତଥା ରାଜ୍ୟ ସହ ସଂପାଦକ ଏବଂ ଗଞ୍ଜାମ ଜିଲ୍ଲା ସଂଘ ର ସମ୍ପାଦକ କେ .ମନୋଜ ପ୍ରଧାନ ବାର୍ଷିକ ଵିଵରଣୀ ପାଠ କରିଥିଲେ।ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ୟ୍ୟ କରୁଥିବା ୧୦ଟି ଏକାଡେମୀର ୧୪୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ମଳୟେନ୍ଦୁ ମହନ୍ତ, ଏମ୍ ଡି ରଂଜନ, ଶ୍ରୀୟା ମହାନ୍ତି ରେଫରୀ ଦାୟୀତ୍ୱ ତୁଲାଉଛନ୍ତି। ଜନଜ କୁମାର ମହାରଣା, ଏସ୍ ଶୈଳଜା, ଇ ଲଳିତ କୁମାର, ସି ଏଚ .ପ୍ରସାଦ ନାୟକ, ଅମ୍ବିକା ପ୍ରସାଦ ଦାସ, ବାସୁ ନାୟକ, ଡ଼ି.ମନୋଜ ପ୍ରଧାନ କାର୍ୟ୍ୟକ୍ରମ ପରିଚାଳନା କରିଥିବା ଏ.ରାବଣା ରାଓ,ଏସ. ରେଖା ମହାନ୍ତିଙ୍କ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ମନେ ପରିଚାଳନା ରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାକୁ ଓଡ଼ିଶା ଟାଇକୋଣ୍ଡ ଓ ଗଞ୍ଜାମ ଜିଲ୍ଲା ସଂଘ ର ମିଳିତ ସହ ଯୋଗାଯୋଗ ରେ ଛତ୍ରପୁର ଟାଇକୋଣ୍ଡ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଥିଲା। ଅରମାନ ପାଢ଼ୀଙ୍କୁ ଜାତୀୟ ଏକାଡ଼େମୀରେ ଭାଗ ନେଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ୨୮ ଜଣ ଜାତୀୟ ଖେଳାଳିମାନଙ୍କୁ ସଂଘ ପକ୍ଷରୁ ସିଲ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଗଂଜାମ ଜିଲ୍ଲା ଟାଇକୋଣ୍ଡ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ କେ.ମନୋଜ ପ୍ରଧାନ ଜଣେ ଉଚ୍ଚ କୋଟିର କ୍ରୀଡ଼ାବିତ ସହ ଜାତୀୟ ଓ ଆଜର୍ନ୍ତାତୀୟ ସ୍ତରରେ ରେଫରି ଭାବେ କାର୍ୟ୍ୟ କରି ଗଂଜାମ ଜିଲ୍ଲା ଓ ଛତ୍ରପୁର ସହର ପାଇଁ ସୁନାମ ଅର୍ଜନ କରିଛନ୍ତି । ଏଥିସକାଶେ ଛତ୍ରପୁର ଜନସାଧାରଣଙ୍କ ପକ୍ଷରୁ ବହୁବାର ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।