ଛତ୍ରପୁର ଡିଭିଜନ ଓ ସବ୍ ଡିଭିଜନ ଶ୍ରେଷ୍ଠ ଭାବେ ପୁରସ୍କୃତ

ଛତ୍ରପୁର,(ଯୁଗାଦ୍ଦ ନ୍ୟୁଜ) : ଉଚିତ୍ ବିଦ୍ୟୁତ୍ ସେବା ଯୋଗାଇବା, ବିଦ୍ୟୁତ୍ ଚୋରିକୁ ରୋକିବା, ବିଦ୍ୟୁତ୍ ଖର୍ଚ୍ଚ ବାବଦରେ ଉପଭୋକ୍ତାଙ୍କ ଠାରୁ ସଠିକ୍ ଅର୍ଥ ଆଦୟ ଏବଂ ବିଭିନ୍ନ ଉତ୍ତମ କାର୍ଯ୍ୟକଳାପ ନେଇ ସମଗ୍ର ଓଡିଶା ରାଜ୍ୟର ସମସ୍ତ ସାଉଥ୍ କୋ ଡିଭିଜନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଡିଭିଜନ ୨୦୧୮-୧୯ ବର୍ଷ ପାଇଁ ଶ୍ରେଷ୍ଠ ଡିଭିଜନ ଭାବେ ପୁରସ୍କୃତ ହୋଇଛି । ସେହିପରି ଉପରୋକ୍ତ ଉତ୍ତମ କାର୍ଯ୍ୟକଳାପ ନେଇ ସମଗ୍ର ରାଜ୍ୟ ସାଉଥ୍ କୋ ସବ୍ ଡିଭିଜନ ମଧ୍ୟରେ ଶ୍ରେଷ୍ଠ ସବ୍ ଡିଭିଜନ ଭାବରେ ଛତ୍ରପୁର ସବ୍ ଡିଭିଜନ ପୁରସ୍କୃତ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାର ସବୁ ବର୍ଗରୁ ସାଉଥ୍ କୋ ଛତ୍ରପୁର ଡିଭିଜନ ଓ ସବ୍ ଡିଭିଜନକୁ ଶୁଭେଚ୍ଛା ଜଣାଇଛନ୍ତି ।

ଛତ୍ରପୁର ଡିଭିଜନ ଓ ସବ୍ ଡିଭିଜନ ଶ୍ରେଷ୍ଠ ଭାବେ ପୁରସ୍କୃତ
ଛତ୍ରପୁର ଡିଭିଜନ ଓ ସବ୍ ଡିଭିଜନ ଶ୍ରେଷ୍ଠ ଭାବେ ପୁରସ୍କୃତ

ପ୍ରକାଶ ଥାଉକି ଯେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ଠାରେ ଗ୍ରୀଡ୍ ସମନ୍ୱୟ ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୧୮-୧୯ ବର୍ଷରେ ବିଦ୍ୟୁତ୍ ସେବା ସହ ଅନ୍ୟାନ୍ୟ ଉତ୍ତମ କାର୍ଯ୍ୟକଳାପ ପାଇଁ ବିଭିନ୍ନ ଡିଭିଜନ ଓ ସବ୍ ଡିଭିଜନକୁ ପୁରସ୍କୃତ କରାଯାଇଛି । ସାଉଥ୍ କୋ ବିଭାଗ ସମଗ୍ର ରାଜ୍ୟର ୧୯ ଟି ଡିଭିଜନ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଭିଜନ ଶ୍ରେଷ୍ଠ ଡିଭିଜନ ଭାବେ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଭାତ କୁମାର କରଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସାଉଥ୍ କୋ ବିଭାଗ ୬୮ ଟି ସବ୍ ଡିଭିଜନ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସବ୍ ଡିଭିଜନକୁ ଶ୍ରେଷ୍ଠ ବିବେଚିତ ହୋଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପଟନ ଦିବ୍ୟ ଶଙ୍କର ମିଶ୍ର, ଶକ୍ତି ସଚିବ ହେମନ୍ତ ଶର୍ମା, ଅର୍ଥରେଟି ଅଫିସର ଆର୍.ଆର୍.ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ