ଛତ୍ରପୁର ଥାନା ପକ୍ଷରୁ ସଡକସୁରକ୍ଷା ରାଲି ଓ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଟ୍ରାଫିକ ନିୟମକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୁରୁବାର ଗଂଜାମ ପୁଲିସ ଜିଲ୍ଲାର ଛତ୍ରପୁର ଥାନା ପକ୍ଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଛତ୍ରପୁର ଠାରେ ଏବଂ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଏବଂ ରାଲି ଅନୁଷ୍ଠିତ ହୋଇଯାଇଛି । ଅନସ୍ଲୋ ମିନିଷ୍ଟାଡିୟମ ପରିସରରୁ ଏହି ରାଲି ବାହରି ସହର ପରିକ୍ରମା କରିଥିଲା । ଗଂଜାମ ଏସପି ବ୍ରିଜେଶ କୁମାର ରାଏ ପତାକା ଦେଖାଇ ଉଦଘାଟନ କରିବା ସହ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ଦସ୍ତଖତ ଅଭିଯାନରେ ନିଜ ବାର୍ତ୍ତା ଲେଖିଥିଲେ । ହେଲମେଟ୍ ବ୍ୟବହାର କରିବା, ଟ୍ରାଫିକ ନିୟମ ପାଳନ କରିବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା, କମ୍ ବୟସର ପିଲାମାନଙ୍କୁ ଗାଡି ଚଳାଇବାକୁ ନଦେବା ଇତ୍ୟାଦି ସ୍ଲୋଗାନ ଦିଆଯାଇଥିଲ।। ରାସ୍ତାରେ ଯେଉଁ ଗାଡି ଚାଳକ ବିନା ହେଲମେଟରେ ଗାଡି ଚଳାଉଥିଲେ ତାଙ୍କୁ ଗୋଲାପ ଫୁଲ ଦେଇ ହେଲମେଟ ବ୍ୟବହାର କରିବା ପାଇଁ କୁହାଯାଇଥିଲା । ଏହିରାଲିରେ ଛତ୍ରପୁରର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ପୁଲିସ କର୍ମଚାରୀ , ଶ୍ରୀ ସିଦ୍ଧିବିନାୟକ ଅଟୋ ସଂଘ ସଭ୍ୟମାନେ ସାମିଲ୍ ହୋଇ ସଚେତନତା କରିଥିଲେ । ଏହାପରେ ମିନିଷ୍ଟାଡିୟମରେ ଏକ ସଭା ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲ।। ଏଥିରେ ଛତ୍ରପୁର ଏସଡ଼ିପିଓ ଗୌତମ କିଶାନ, ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଗଂଜାମ ପୁଲିସ ଜିଲ୍ଲାର ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଶ୍ରୀସିଦ୍ଧି ବିନାୟକ ଅଟୋ ସଂଘର ଉପଦେଷ୍ଟା ତଥା ଆଇନଜୀବୀ ବି. ଶ୍ରୀନିବାସ, ସଭାପତି କାମେଶ୍ୱର ରାଓ, ସମ୍ପାଦକ ସିମାଂଚଳ ରେଡ୍ଡି, ମଝିବଜାର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ପୂର୍ବତନ କାଉନସିଲର ରାଜେଶ ସାହୁ, ଯୁବନେତା ସଂଜିତ୍ କୁମାର ରାଉଳ, କିନ୍ନର ସଂଘର ଜିଲ୍ଲାସଭାପତି ସୁଶୀଲ୍ କିନ୍ନରଙ୍କ ସମେତ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟପକ, ଅଧ୍ୟପିକା, ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନୀୟମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଶପଥପାଠ କରିଥିଲେ । ଏହି ଅବସରରେ ଲଣ୍ଡାବାଉଁଶ ଗ୍ରାମର ବାଲୁକା ଶିଳ୍ପୀ ମହେଶ୍ୱର ସାହୁ ଏବଂ ପୋଡ଼ାପଦର ଗ୍ରାମର ବାଲୁକାଶିଳ୍ପୀ ରବିଙ୍କ ଦ୍ୱାରା ସଡ଼କ ସୁରକ୍ଷା ଓ ଟ୍ରାଫିକ ନୀୟମ ଉପରେ ବାଲୁକା କଳା ପ୍ରଦର୍ଶନୀ କରାଯାଇଥିଲା । ସଡ଼କ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତକାରୀଙ୍କୁ ସହାର୍ଯ୍ୟ କରିଥିବା ୪ଜଣ ବ୍ୟକ୍ତିଙ୍କୁ ଥାନା ପକ୍ଷରୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ କେଦାର ଶଙ୍କର ରାଜୁ, ସିମାଂଚଳ ବେହେରା, ମାଧବ କାୟା ଓ ଆର. ଚନ୍ଦ୍ରଶେଖର ରାଓ । ଏହି ରାଲି ଯୋଗଦେଇଥିବା ବିଭିନ୍ନ ମହାବିଦ୍ୟାଳୟର କଛିି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଥାନାର ସମସ୍ତ କର୍ମଚାରୀ ଏବଂ ଗଂଜାମ ପୁଲିସଜିଲ୍ଲାର ଅଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ