ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ସିପିଆଇ ବିଧାନସଭା ପ୍ରାର୍ଥୀ ପ୍ରଦୀପସେଠୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର
ଛତ୍ରପୁର : ଲାଲଗଡରେ ପୁଣି ଥରେ ବିଧାୟକ ପଦବୀ ଦଖଲ କରିବା ନିମନ୍ତେ ସିପିଆଇ ପାର୍ଟି ପକ୍ଷରୁ ଛତ୍ରପୁର ବିଧାନସଭା ପ୍ରାଥୀ ପ୍ରଦୀପ ସେଠୀ ଏବଂ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଶାଳ ବାଇକ୍ ଶୋଭାଯାତ୍ରା ସହ ମାରଥନ ପ୍ରଚାର କରିଛନ୍ତି । କେନ୍ଦ୍ର ଓ ରାଜ୍ୟସରକାରଙ୍କ ଜନମାରଣା ନୀତି କୁ କଡା ସମାଲୋଚନା କରିବା ସହ ଉଭୟ ପ୍ରାର୍ଥୀ ରୋଡ ସୋ ମାଧ୍ୟମରେ ନିଜ ନିଜ ଭୋଟ ଭିକ୍ଷା କରିଥିଲେ । ଏହି ରୋଡ ସୋ ଚମାଖଣ୍ଡି ଗ୍ରାମ ଠାରୁ ଟାଙ୍ଗଣାପଲ୍ଲୀ, ସୁନ୍ଦରପୁର, ଭିକାରୀପଲ୍ଲୀ ପଂଚାୟତ ପରିକ୍ରମା କରି ଛତ୍ରପୁର ଏନଏସିର ସମସ୍ତ ୱାର୍ଡ ପରିକ୍ରମା କରିଥିଲ।। ଏଥିରେ ଶହ ଶହ ସିପିଆଇ ଓ କଂଗ୍ରେସ ଦଳ ନେତା ଓ କର୍ମୀ ମାନେ ହାତରେ ନିଜ ନିଜ ପତାକା ଧରି ବାଇକ୍ ମାଧ୍ୟମରେ ପ୍ରଚାର କରିଥିଲେ । ପରେ ଗଂଜାମ ଏନଏସି ଏବଂ କେତକ ପଂଚାୟତ ପରିକ୍ରମା କରି ରମ୍ଭା ଠାରେ ଏକ ମିଳିତ ନିର୍ବାଚନ ସମାବେଶ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ସେଠୀ ଜଣେ ଉଚ୍ଚଶିକ୍ଷିତ ହୋଇଥିବାରୁ ନିର୍ବାଚନ ମଣ୍ଢଳୀର ସମସ୍ତ ଅସହାୟ ଏବଂ ଜନସାଧାରଣଙ୍କ ପ୍ରକୃତ ବନ୍ଧୁ ଭଳି କାର୍ଯ୍ୟକରିବ ବୋଲି ଅଧିକାଂଶ ସିପିଆଇ ନେତା ଓ କର୍ମୀ ମାନେ ନିଜ ନିଜର ଅଭିଭାଷଣରେ ଲୋକମାନଙ୍କୁ ବୁଝାଇଥିଲେ । ତେଣୁ ସିପିଆଇ ଚିହ୍ନରେ ଦଳର ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ସେଠୀ ଭୋଟ ଦେଇ ବିଜୟୀ କରିବା ନିମନ୍ତେ ଅନୁରୋଧ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସିପିଆଇ ପାର୍ଟିର ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, କାମଦେବ ନାହାକ, ଶ୍ରମିକନେତା ନିଲୁ ପାଟ୍ଟଯୋଶୀ, ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ନୀଳକଣ୍ଠ ଦାଶ, ଗିରିଜାପ୍ରସାଦ ରେଡ୍ଡୀ, ଗୁରୁନାଥ ପ୍ରଧାନ, ବୃନ୍ଦାବନ ପଲାଇ, ପୂର୍ଣ୍ଣ ରଥଙ୍କ ସମେତ ହଜାର ହଜାର ସିପିଆଇ ସମର୍ଥକ ମାନେ ସାମିଲ ଥିଲେ ।