ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଜିଲ୍ଲା ପରିଷଦ ପାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଛତ୍ରପୁର ବ୍ଲକର ୩ଟି ଜିଲ୍ଲା ପରିଷଦ ସଭ୍ୟ ପଦବୀ ସକାଶେ କଂଗ୍ରେସ ଦଳ ପକ୍ଷରୁ ପାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୯ ନମ୍ବର ଜୋନ ପାଇଁ ସୁନୀତା ବିଷୋୟୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୨୦ ନମ୍ବର ଜୋନ ପାଇଁ ପୂର୍ବତନ ସରପଂଚ ଡି. ରାମସ୍ୱାମୀ ରେଡ୍ଡି ଓ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ରଶ୍ମିତା ସେଠୀ ଆଜି ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଗତକାଲି ଗଞ୍ଜାମ ବ୍ଲକର ୧୪ ନମ୍ବର ଜୋନ ପାଇଁ ସସ୍ମିତା ମହାରଣା ଓ ୧୫ ନମ୍ବର ଜୋନ ପାଇଁ ଧନୁର୍ଦ୍ଧର ଦାସ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ।