ଛତ୍ରପୁର ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ

ଛତ୍ରପୁର : ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ସ୍ୱାସ୍ଥ୍ୟ କେନ୍ଦ୍ରର ନିଜସ୍ୱ କୋଠା ନଥିବା ବଦଳରେ ଡାକ୍ତରଙ୍କ କ୍ୱାର୍ଟରରେ ରୋଗୀ ସେବା ଚାଳିଛି, ନୋଳିଆ ନୂଆଗଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ପାରିପାଶ୍ୱିକ ଉନ୍ନତୀ ହୋଇନଥିବା, ନରେନ୍ଦ୍ରପୁର ହେଲଥ୍ ସେଣ୍ଟର ରେ ଯୋଗ ଗୁରୁ ସହିତ ବିଭିନ୍ନ କର୍ମଚାରୀ ଅଭାବ ଏବଂ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଟି ମେଡିକାଲ ଅଫିସରରେ ଚାଲିଛି ଏହି କେନ୍ଦ୍ର । କେତେ ଗୁଡିଏ ଡାକ୍ତର କ୍ୱାର୍ଟର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ଭାଙ୍ଗିଗଲାଣି ଏବଂ ବ୍ଲକ ରେ ଡାକ୍ତର ସହିତ ଏଏନଏମ ର ମଧ୍ୟ ଅଭାବ ରହିଥିବା ରୁ ରୋଗୀ ମାନେ ଉଚିତ ସେବାରୁ ବଞ୍ଚିତ ହେଉଛନ୍ତି । ଏହାର ସମସ୍ୟାର ସମାଧାନ କରିଲେ ରୋଗୀ ମାନେ ଉତ୍ତମ ସେବା ପାଇପାରିବେ ବୋଲି ଆଜି ଛତ୍ରପୁର ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନରେ ଅଧିକାଂଶ ଜନପ୍ରତିନିଧୀ ଏବଂ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ମାନେ କହିଥିଲେ । ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ସଠିକ୍ ଭାବେ ଅଣ୍ଡା ବଣ୍ଟନ କରାଯାଉନାହିଁ । ମାତ୍ର କାଗଜ କଲମରେ ଏହା ଚାଲିଛି । ଏହାକୁ ସୁଧାର ଆଣିବା ସହିତ ସରକାରଙ୍କ ଯୋଜନା ଗୁଡିକ ବାଟମାରଣା ହେଉଛି ବୋଲି କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ ଅଭିଯୋଗ କରିଥିଲେ । ଏହାସହ ସବୁ କେନ୍ଦ୍ରରେ ଷ୍ଟୋରେଜ ବ୍ୟବସ୍ଥା ଥିଲେ ମଧ୍ୟ ଛଅମାସରେ ଥରେ ଚାଉଳ ଦିଆ ଯାଉଥିବାରୁ ପିଲାଏ ପୋକରା ଚାଉଳ ପାଉଛନ୍ତି ବୋଲି ଅଭିଯୋଗ କରିଥିଲେ । ସ୍ୱତନ୍ତ୍ର ଟାସ୍କ କମିଟି କରି ବଡିଓ ଅନୁଧ୍ୟାନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । କୋରୋସିନୀ କଳାବଜାରୀ କରାଯାଉଛି । ସରକାରୀ ଅଧିକାରୀ ମାନେ ଏହାର ସଠିକ୍ ଯାଞ୍ଚ କରୁନାହାନ୍ତି । ଯାହାଫଳରେ ଡିଲର ମାନେ ହିତାଧିକାରୀଙ୍କୁ ସେମାନଙ୍କର ପାଇବାକୁ ହକ୍ ଥିବା କିରୋସିନି ମିଳୁନି । ଏଣିକି ପଞ୍ଚାୟତ ମାଧ୍ୟମରେ କିରୋସିନୀ ବଣ୍ଟନ କରିବାକୁ ବୈଠକରେ ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ କହିଥିଲେ । କରାତଳି ତାମ୍ପରା କୁ କିଛି ଆନ୍ଦ୍ର ମାଫିଆ ମାନେ ଜବରଦଖଲ କବଜା କରି ବେଆଇନ ଭାବେ ସେଠାରେ ମାଛ ଚାଷ କରୁଛନ୍ତି । ସେଥି ସକାଶେ ତାମ୍ପରା ର ଜଳ ନିଷ୍କାସନ ସଠିକ୍ ହୋଇପାରୁନି । ତେଣୁ ଏହାର ପୁନଃରୁଦ୍ଧାର କରିବା ସହିତ ଜବରଦଖଲକାରୀଙ୍କୁ ହଟାଇବା ନିମନ୍ତେ ୨୧ନଂ ଜିଲ୍ଲାପରିଷଦ ସଭ୍ୟ ଏସ୍.କିଶୋର ରେଡ୍ଡୀ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତି ସଭ୍ୟ ଜୟଦେବ ଲେଙ୍କା, ମହାନାଦପୁର ସମିତି ସଭ୍ୟ ଅଶୋକ ପାଣିଗ୍ରାହି ଅଭିଯୋଗ କରିଥିଲେ । ଏହାସହ ସେମାନେ ମାଛ ଚାଷ କରି ଏହାର କେମିକାଲ ଗୁଡିକ ତାମ୍ପରା କୁ ଛାଡିଦେବା ଫଳରେ ଚାଷଜମି ଗୁଡିକ ନଷ୍ଟ ହେଉଯାଉଛି । ଏନେଇ ପଞ୍ଚାୟତ ସମିତି ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏସଂପର୍କରେ ରାଜସ୍ୱ ବିଭାଗ ଓ ଜିଲ୍ଲାପାଳଙ୍କୁ ଜଣାଯିବ । ପୁତି ହୋଇଥିବା ହୁମରୀ ତାମ୍ପରା ର ମଧ୍ୟ ପୁନଃରୁଦ୍ଧାର କରିବା ନିମନ୍ତେ କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ ଗୃହରେ କହିଥିଲେ । ପୋଟଲାମପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟ ଜଳର ସୁବିଧା କରିବା ନିମନ୍ତେ ସରପଞ୍ଚ ସୁବାଷିନି ବାରିକି ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୋଡାପଦର ପଞ୍ଚାୟତ ର କୁମାର ବେଗପଲ୍ଲୀ ଗ୍ରାମକୁ ସୁଦ୍ଧ ପାନୀୟଜଳ ଯୋଗାଇବା ନିମନ୍ତେ ସରପଞ୍ଚ ପୀତାମ୍ବର ପଣ୍ଡା ଗୃହରେ କହିଥିଲେ । ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ମଧ୍ୟ ତାଙ୍କର ନିନସ୍ୱ ଗ୍ରାମ ସାହେବଜେନା ପଲ୍ଲୀ , କୁମାର ବେଗପଲ୍ଲୀ ଓ କାଳିପଲ୍ଲୀ ଗ୍ରାମ ପଞ୍ଚାୟତ ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବା ନିମନ୍ତେ ବିଧାୟକ/ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାରଣ ସାହେବଜେନା ଓ କୁମାରବେଗପଲ୍ଲୀ ଗ୍ରାମଦେଇ ହଂସପୁର ଠାରୁ ଛତ୍ରପୁର ପାଇପ୍ ଯୋଗେ ପାଣି ଆସୁଛି ମାତ୍ର ଉଭୟ ଗାଁ କୁ ପାଇପ ଲାଇନର ବ୍ୟବସ୍ଥା କରାଯାଉନାହିଁ ବୋଲି ମଧ୍ୟ ସେ କହିଥିଲେ ।


ଛତ୍ରପୁର ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ବ୍ଲକ ସଭାକକ୍ଷଠାରେ ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକର ପ୍ରାରମ୍ଭରେ ବିଡିଓ ଅମ୍ବିକା ପ୍ରସାଦ ଦାଶ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଅଧ୍ୟକ୍ଷତା କରୁଥିବା ଶ୍ରୀ ରେଡ୍ଡୀ ସ୍ୱାଗତ ଭାଷଣରେ ସମସ୍ତେ ମିଳିମିଶି କାମ କରି ଏହି ବ୍ଲକକୁ ଆଦର୍ଶ ବ୍ଲକ କରିବା ବୋଲି କହିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି ବୈଠକରେ ଯୋଗ ଦେଇ କହିଥିଲେ ଯେ ବ୍ଲକରେ ଚାଲିଥିବା ସମସ୍ତ ଯୋଜନା ସମସ୍ତଙ୍କ ସହେଯାଗରେ ସଫଳ ରୂପାୟନ ହୋଇ ପାରିବ । ଏବେ ସିଂହ ଭାଗ ଅର୍ଥ ପଞ୍ଚାୟତ ମାଧ୍ୟମରେ ଖର୍ଚ୍ଚ ହେଉଛି । ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ବ୍ଲକ ଦ୍ୱାରା ହୋଇପାରିବ । ଏଣୁ ଦଳଗତ ଭାବେ ଆମେ ସମସ୍ତେ ମିଶି ୫ଟି ମାଧ୍ୟମରେ ଲୋକଙ୍କ ହିତ ପାଇଁ କଠିନ ପରିଶ୍ରମ କରି ସବୁ କାର୍ଯ୍ୟ କରିବା । ଆଜିର ଏହି ବୈଠକରେ ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ନିଜ ନିଜ ପଞ୍ଚାୟତର ସମସ୍ୟା ଉପସ୍ଥାପନା କରିବାକୁ ଆହ୍ୱାନ ଦେଇଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ କହିଥିଲେ ଯେ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର ଯାହାକି ତୃଣମୂଳ ସ୍ତରର ଲୋକଙ୍କ ପାଇଁ ସମସ୍ତ ଯୋଜନା କାର୍ଯ୍ୟକାରୀ ହୋଇପାରିବ । ଆମର ଗଣତନ୍ତ୍ରରେ ତୃଣମୂଳ ସ୍ତରରୁ ଲୋକ ପ୍ରତିନିଧି ବଚ୍ଛା ଯାଇଛି । ଯାହାକି ଏକ ସୁଦୃଢ ଗଣତନ୍ତ୍ର ଭାବେ ସାରା ବିଶ୍ୱରେ ପ୍ରତିପାଦିତ ହୋଇପାରିଛି । ଆମ ରାଜ୍ୟର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଗୁଡିକୁ ଆମେ ମିଳିମିଶି ସାକାର କରିବା ବୋଲି କହିଥିଲେ । ଛତ୍ରପୁର ବ୍ଲକ ଜିଲ୍ଲାର ସଦର ମହକୁମା ହୋଇ ଥିବାରୁ ସେ ଏହି ବ୍ଲକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବେ ବେଲି କହିବା ସହ ଏହି ବ୍ଲକର ଗୋଟିଏ ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ କରିବେ ବୋଲି ସାଂସଦ ଘୋଷଣା କରିଥିଲେ । ୨୧ନଂ ଜିଲ୍ଲା ପରିଷଦ ସଭ୍ୟ ଏସ.କିଶୋର ରେଡ୍ଡୀ ଗତ ବୈଠକରେ କୁହାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବଡମାଧପୁର ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରିନି ବୋଲି କହିଥିଲେ । ତା ସହିତ ପରିମଳ କମିଟି ହେଲା ପରେ ସେମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇ ନାହିଁ ବୋଲି କହିଥିଲେ । ବିଭାଗୀୟ ଅଧିକାରୀ କହିଥିଲେ ଯେ ସେଠାରେ ତିତିଲି ପରେ ୨ଟି ବୋର କରି ଜଳ ଯୋଗାଣ ହେଉଛି । ତେବେ ସାନ ପାଇପ ବଦଳରେ ବଡ ପାଇପ ପକାଇଲେ ଜଳ ଯୋଗାଣ ବ୍ୟବସ୍ଥିତ ହୋଇପାରିବ ସୂଚନା ଦେଇ ଥିଲେ । କଣମଣା ସରପଞ୍ଚ ଚକ୍ରପାଣି ସାହୁ ମୋନାଜାଇଟ ପ୍ଲାଣ୍ଟ ଯୋଗୁଁ କିଡିନୀ ରୋଗରେ ଆକ୍ରାନ୍ତ ହୋଇ ୩ଟି ପଞଚାୟତର ବହୁ ବ୍ୟକ୍ତି ମୃତ୍ୟୁ ବରଣ କଲେଣି । ଏଣୁ ଏହି ପ୍ଲାଣ୍ଟକୁ ବନ୍ଦ କରିବା ନିମନ୍ତେ ପଦକ୍ଷେପ ନେବା ନିମନ୍ତେ ସାଂସଦଙ୍କୁ ଅନୁରୋଧ କରିଥିଲେ । ଛତ୍ରପୁର ବ୍ଲକରେ ଏମନରେଗା ରେ ରାସ୍ତା କାମ ଠିକ ଭାବେ ହେଉନଥିବା ସଦସ୍ୟ/ସଦସ୍ୟା ମାନେ ଅଭିଯୋଗ କରିଥିଲେ । ମୋରମ ଅଭାବରୁ ରାସ୍ତା କାମରେ ସମସ୍ୟା ରହିଥିବା ଆଲୋଚନା ହୋଇଥିଲା । ବ୍ଲକ ତରଫରୁ ମୋରମ କୁଆଁରି ନେବା ପାଇଁ ମତ ପ୍ରକାଶ ପାଇଥିଲା ।ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ୪୦ଟି ଅଙ୍ଗନବାଡି କୋଠା ପାଇଁ ଏପ୍ରୁଭ ମିଳିଥିବା ବେଳେ ତାକୁ ୪ମାସ ମଧ୍ୟରେ ସାରିବାକୁ ଠିକ କରାଯାଇଛି ବୋଲି ବଡିଓ ଶ୍ରୀ ଦାସ କହିଥିଲେ । ଚଲିତ ବର୍ଷ ବିଭିନ୍ନ ଗ୍ରାମରେ୫ଟି ମାର୍କେଟ କମ୍ପପ୍ଲେକସ ଓ ୩ଟି କଲ୍ୟାଣ ମଣ୍ଡପ ନିର୍ମାଣ ହେବ ବୋଲି କହିଥିଲେ । ତିତିଲି ପାଇଁ ମିଳିଥିବା ପ୍ରକଳ୍ପର କାମ ସାରିଲେ ଯାଇ ଫନୀ ପାଇଁ ଆସିଥିବା ପ୍ରୋଜେକ୍ଟର ଟଙ୍କା ମିଳିବବୋଲି ବିଭାଗୀୟ ଅଧିକାରୀ କହିଥିଲେ । ଏବେ ଫନୀ ପାଇଁ ୫୭ଟି ସ୍କୁଲ କୋଠା ଓ ୩୩ଟି ଅଙ୍ଗନବାଡି କୋଠା ନିର୍ମାଣ ପାଇଁ ଟଙ୍କା ଆସିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ପଞ୍ଚାୟତ ପ୍ରତିନିଧି ମାନେ ଭିକାରୀପଲ୍ଲୀ ଓ ବିପୁଳିଙ୍ଗି ପଞ୍ଚାୟତରେ ଥିବା ୪ଟି ବନ୍ଧକୁ ଏମଆଇ ବିଭାଗକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ସେହିପରି ହାତୀ ବନ୍ଧକୁ ଏମନରେଗାରେ ପୁନରୁଦ୍ଧାର କରିବାକୁସଦସ୍ୟମାନେ ଅନୁରୋଧ କରିଥିଲେ । ବ୍ଲକର ୪୦୦୦ ଲୋକଙ୍କର ଖାଉଟି କାର୍ଡ ସହିତ ଆଧାର କାର୍ଡର ସଂଯୋଗ ହୋଇ ନାହିଁ । ୩୧ ତାରିଖ ସୁଦ୍ଧା ଖାଉଟି କାର୍ଡ ସହିତ ଆଧାର କାର୍ଡର ସଂଯୋଗ ନଥିବା ରୋକର କେନସିଲ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ । ବ୍ଲକର ୧୩୫୭୫୧ ମଧ୍ୟରୁ ୧୦୩୪୦୪ କାର୍ଡ ହେବା କଥା । ମାତ୍ର ସେଥିରୁ ୧୦୨୪୯୭ କାର୍ଡ ହୋଇଥିବା ବେଳେ ୯୭୯୫୬ ଜଣକୁ କାର୍ଡ ମିଳିଛି । ଏବେ ଆଉ ୬୦୦ କାର୍ଡ ପାଇଁ ସରକାରଙ୍କୁ ଲେଖାଯାଇ ଥିବା ସୂଚନା ଦିଆଯାଇଥିଲା । ଛତ୍ରପୁର ବ୍ଲକ ଫେମିଲି ପ୍ଳାନିଂରେ ୪ର୍ଥ ଓ ପରିମଳରେ ୩ୟ ସ୍ଥାନ ଲାଭ କରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା । ସୁନ୍ଦରପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁସାଙ୍ଗିକ ବ୍ୟବସ୍ଥା ନଥିବା ବେଳେ ୪ଟି ଯାଗାରେ ଏଏନଏମ ନଥିବା ସୂଚନା ଦିଆଯାଇଥିଲା । ତାସହିତ ବ୍ଲକରେ ୬ଟି ଡାକ୍ଟର ପୋଷ୍ଟ ଖାଲି ଥିବା ଆଲୋଚନା ହୋଇଥିଲା । ଆନସେଫ ବିଲଡିଂ ଭାଙ୍ଗିବାକୁ ଶିକ୍ଷା ବିଭାଗକୁ କୁହାଯାଇଥିଲା ତେବେ ପଞ୍ଚାୟତରାଜ ବିଭାଗକୁ ଟିସିମାନେ ଆସି ଥିବାରୁ ତାହା ବ୍ଲକ ତରଫରୁ କରାଯାଇପାରିବ ବୋଲି ବିଇଓ କହିଥିଲେ । ବ୍ଲକରେ ଥିବା ୩୯ଲକ୍ଷ ଟଙ୍କାସମିତି ଫଣ୍ଡରେ ଏକ ବଡ କନଫେରନଓ ହଲ କରିବା ନିମନ୍ତେ ସର୍ବସମ୍ମତ ପ୍ରସ୍ତାବ ଗ-ହୀତ ହୋଇଥିଲା ।ଏବସୁଦ୍ଧା ଆହୁରି ୨୨୮୦୦ କାଳିଆ ହିତାଧିକାରୀଙ୍କ ତଦନ୍ତ ଚାଲିଛି । କାଳିଆ ଯୋଜନାର ହିତାଧିକାରୀ ମାନଙ୍କ ମଧ୍ୟରୁ ଅଯୋଗ୍ୟ ହିତାଧିକାରୀମାନେ ଟଙ୍କା ଫେରାଇବେ ବୋଲି ଆଲୋଚନା ହୋଇଥିଲା । ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷା ଅମୀତା ସାହୁ, ନିର୍ବାହୀ ଯନ୍ତ୍ରୀ ନୀରଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ଜନପ୍ରତିନିଧୀ , ବିଭାଗୀୟ ଅଧିକାରୀ ଓ ସମସ୍ତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସାଂସଦ ଓ ବିଧାୟକଙ୍କୁ ଉପଢୈକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଡିଓ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ