ଛତ୍ରପୁର ପୋଲିସ୍ କୁ ମିଳିଲା ଆଉ ଏକ ସଫଳତା
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଥାନାକୁ ମିଳିଛି ଆଉ ଏକ ବଡ ସଫଳତା । ବିଭିନ୍ନ ସ୍ଥାନର ଯୁବତୀ ମାନଙ୍କୁ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଲୁଟୁଥିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ଛତ୍ରପୁର ଥାନା ପୋଲିସ୍ । କୋରାପୁଟ ଅଂଚଳର ରାମ ପାଙ୍ଗୀ ନାମକଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ବ୍ୟବହାର କରି ଯୁବତୀ ମାନଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ସାଇବର ଠକେଇର ମୁଖୟ ଅଭିଯୁକ୍ତକୁ ଭବାନୀ ସିଦ୍ଧାର୍ଥ ଶଙ୍କର କୁ ଗିରଫ୍ କରିଛି ଛତ୍ରପୁର ଥାନା ପୋଲିସ୍ । ଗୋପାଳପୁର ଥାନା ଅଂଚଳର ଶ୍ରଦ୍ଧାଞ୍ଜଳୀ ଦାସ ଏହି ସାଇବର ଠକେଇର ଶିକାର ହୋଇଛନ୍ତି । ଏନେଇ ସେ ଛତ୍ରପୁର ଥାନାରେ ଗତ ୨୫.୧୨.୨୦୨୧ ତାରିଖ ଦିନ ଲିଖିତ ଭାବେ ଏତାଲା ସେବା ସହ ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଜଣାଇଥିଲେ । ଏତାଲାକୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ୍ ୬୭୫/୨୦୨୧ ର ଏକ ମାମଲା ରୁଜୁ କରି ବିଭିନ୍ନ ଦଫା ଲଗାଯାଇଥିଲା । ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ପ୍ରଥମେ ମେଟ୍ରୋମନିରେ ଦିଆଯାଇଥିବା ରାମ ପାଙ୍ଗୀଙ୍କ ପ୍ରଫାଇଲକୁ ନେଇ ଖୋଳତାଳ ଆରମ୍ଭ କରିବା ସହ ରାମ ପାଙ୍ଗୀକୁ ଜେରା କରି ଘଟଣାର ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଭବାନୀ ସିଦ୍ଧାର୍ଥ ଶଙ୍କର ବିଭିନ୍ନ ସମୟରେ ରାମ ପାଙ୍ଗୀଙ୍କୁ ଚାକିରି କରାଇଦେବା ର ଆଶା ଦେଖାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ ସେ ପୋଲିସ କୁ ଜେରା ବେଳେ କହିଥିଲା ରାମପାଙ୍ଗୀ । ତେବେ ଶ୍ରଦ୍ଧାଞ୍ଜଳୀ ରାମ ପାଙ୍ଗୀଙ୍କ ଆକାଉଣ୍ଟକୁ ଫୋନ ପେ ଜରିଆରେ ୧ ଲକ୍ଷ ୧୦ ହଜାର ଟଙ୍କା ପଠାଇଥିଲେ । ଛତ୍ରପୁର ପୋଲିସ୍ ଏତାଲାକାରୀ ଓ ରାମ ପାଙ୍ଗୀଙ୍କ ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରି ତଦନ୍ତ କରିଥିଲେ । ପରେ ଏହାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଅନୁଗୁଳ ଜିଲ୍ଲା ଅନୁଗୁଳ ଟାଉନ ଥାନା ଖଲାରୀ ଗାଁର ଭବାନୀ ସିଦ୍ଧାର୍ଥ ଶଙ୍କର ବୋଲି ଜାଣିପାରିଥିଲେ । ଥାନା ଅଧିକାରୀଙ୍କ ସହ ସବ ଇନ୍ସିପେକ୍ଟର ସିଲୁ ଧଳ ଏବଂ ବହୁ ଥାନା କର୍ମଚାରୀ ମାନେ ବ୍ରହ୍ମପୁର ଅଂଚଳରୁ ମୁଖ୍ୟ ଅଭିଯୁକ୍ତ ଭବାନୀ ଶଙ୍କରକୁ ଗିରଫ୍ କରିବାରେ ସଫଳ ହୋଇଥିଲେ । ପରେ ଏତାଲା ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏକ ଲକ୍ଷ ୭ ହଜାର ଟଙ୍କା ସହ ତିନୋଟି ମୋବାଇଲ ଫୋନ ଓ ବିଭିନ୍ନ କାଗଜପତ୍ର ଜବତ କରାଯାଇଥିବା ଥାନାଅଧିକାରୀ ଶ୍ରୀ ପ୍ରଧାନ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି ।


