ଛତ୍ରପୁର ପ୍ରେସ କ୍ଳବ ର ଚାଲିଥିବା ନିର୍ମାଣଧିନ କୋଠା କାର୍ଯ୍ୟ କୁ ବୁଲି ଦେଖିଲେ ବିଧାୟକ ଓ ଇଓ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛତ୍ରପୁର ପ୍ରେସ କ୍ଳବ ର ଚାଲିଥିବା ନିର୍ମାଣଧୀନ କୋଠା ର କାର୍ଯ୍ୟ କୁ ଗୁରୁବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବୁଲି ଦେଖିଛନ୍ତି l ସମସ୍ତ କାର୍ଯ୍ୟ ଗୁଡିକ ସଠିକ ଭାବେ କିପରି ହୋଇ ପାରିବ ସେ ନୂତନ ଭାବେ ଯୋଗ ଦେଇଥିବା ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ ଙ୍କୁ ବିଧାୟକ ପରାମର୍ଶ ଦେବା ସହିତ ଛତ୍ରପୁର ପ୍ରେସ କ୍ଳବ ର ସଭାପତି ପ୍ରଶାନ୍ତ କୁମାର ମହାରଣା, ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ ଙ୍କ ସହ ଆଲୋଚନା କରିଛନ୍ତି l ଏହି ଅବସର ରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ,୧୦ନଂ କାଉନସିଲର ଦେବାଶିଷ ମିଶ୍ର ଓ ଏନଏସି ର କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l


