ଛତ୍ରପୁର ବିଜେଡି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା) :ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ଥାନୀୟ ଗୌରୀଶଙ୍କର କଲ୍ୟାଣମଣ୍ଡପ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ନିର୍ବାଚନମଣ୍ଡଳୀସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜୁଜନତା ଦଳ ହେଉଛି ମହିଳାମାନଙ୍କ ପାଇଁ ବଳ । ୨୦୦୦ ମସିହାରେ ନବୀନ ବାବୁ ଓଡିଶାର ଶାସନ ଭାର ନେବା ପରଠୁ ଦୀର୍ଘ ୨୧ ବର୍ଷ ଧରି ଓଡିଶାର ବିକାଶ ଲାଗି ସଂଗ୍ରାମ ଜାରି ରଖିବା ସହ ମହିଳାମାନଙ୍କୁ ସୁରକ୍ଷା ଏବଂ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । ନାରୀ ସଶକ୍ତିକରଣ, ନାରୀର ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସମ୍ମାନର ସହ ସମାଜରେ ବଞ୍ଚିବା ଏବଂ ରୋଜଗାରକ୍ଷମ ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଗୁଡିକ ପ୍ରଚଳନ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ମହିଳା ସଂରକ୍ଷଣର ବ୍ୟବସ୍ଥା କରି ଆଜି ମହିଳାମାନଙ୍କୁ ବିଭିନ୍ନ ପଦ ପଦବିରେ ବସାଇବାର ସୁଯୋଗ ଦେଇଛନ୍ତି । ଯାହା ଫଳରେ ଆଜି ମହିଳାମାନେ ସ୍ୱବୁ ବର୍ଗରେ ସକ୍ଷମ ହେବାର ଉଦାହରଣ ସୃଷ୍ଟି କରାଇ ପାରିଛନ୍ତି ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି । ପଞ୍ଚାୟତ ନିର୍ବାଚନରେ ଛତ୍ରପୁର ନିର୍ବାଚନଣ୍ଡଳୀର ସମୁଦାୟ ୫ଟି ଜିଲ୍ଲା ପରିଷଦ ଜୋନ୍ରେ ବାଜିମାତ୍ ହୋଇଥିବା ବେଳେ ଚଳିତ ପୌରନିର୍ବାଚନରେ ନିର୍ବାଚନମଣ୍ଡଳୀର ୩ଟି ଏନ୍ଏସି ଅଧ୍ୟକ୍ଷା ପ୍ରାର୍ଥିନି ସହ ସମସ୍ତ କାଉନସିଲରକୁ ବିଜୟୀ କରି ଆଣିବା ପାଇଁ ଆଜିର ମହିଳା ସମାବେଶରେ ସମସ୍ତ ବିଜେଡି ମହିଳା କର୍ମୀମାନେ ଅଣ୍ଟାଭଡିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଜି.ଆରତି, ଛତ୍ରପୁର ନଗର ବିଜେଡି ସଭାନେତ୍ରୀ ବୈଜନ୍ତୀମାଳା ଶତପଥୀ, ୧୯ ନଂ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ନାହାକ, ୨୧ ନଂ ଜିଲ୍ଲା ପରିଷଦ ସଦସ୍ୟା ଛବିତା ବେହେରା ଓ ୧୪ ନଂ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ସ୍ୱାଇଁ, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ପ୍ରାର୍ଥୀନି ଟି. ଲକ୍ଷ୍ମୀ, କାଉନସିଲର ପ୍ରାର୍ଥୀନି ଏମ୍.ୱାଣି ସେନାପତି,ସନ୍ତୋଷୀ ସେଠୀ, ମାମା ସେଠୀ, ଡି.ଇନ୍ଦୁ,ମମତା ପାତ୍ର, ବି.ନିଛଳା ଓ ପି.ତେଜବତୀ ରାଓ, ଗଞ୍ଜାମ ଏନ୍ଏସି ଅଧ୍ୟକ୍ଷ ପ୍ରାର୍ଥୀନି ଜୁଲି ପାତ୍ର, ରମ୍ଭା ଏନ୍ଏସି ଅଧ୍ୟକ୍ଷା ପ୍ରାର୍ଥୀନି କୁମାରୀ ବିଶ୍ୱାଳ ପ୍ରମୁଖ ଆଜିର ଦିବସ ତାତ୍ପର୍ଯ୍ୟରେ ମତ ରଖିଥିଲେ । ଛତ୍ରପୁର ବିଜେଡି ନଗର ସଭାପତି ବି.ରାଜିବାବୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ୧୧ ନଂ ଫ୍ୱାର୍ଡର କାଉନସିଲର ପ୍ରାର୍ଥୀନି ସନ୍ତୋଷୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ବିଜେଡି ଯୁବ ସଭାପତି ଟି.ଚନ୍ଦ୍ରଶେଖର ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ସରକାରୀ ଓକିଲ ଭୈରବୀ ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ମନୋଜ କୁମାର ପାଢୀ, ଡମିନାଥ ସାହୁ, ପ୍ରଦୀପ ପାତ୍ର, କାଳିପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


