ଛତ୍ରପୁର ବିଜେଡି ପକ୍ଷରୁ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେଉ ହେଉ ପୌର ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି l ଆସନ୍ତା ମାର୍ଚ୍ଚ ୨୪ ରେ ହେବ ପୌରାଞ୍ଚଳ ନିର୍ବାଚନ ଏବଂ ୨୬ ତାରିଖ ରେ ଭୋଟ ଗଣତି ହେବା ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏନେଇ ଛତ୍ରପୁର ଏନ ଏ ସି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ନଗର ସଭାପତି ବି. ରାଜୁବାବୁ ଙ୍କ ଅଧ୍ୟକ୍ଷତାରେ ପୌରାଞ୍ଚଳ ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଏନଏସି ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଠା ବିଜୟ କୃଷ୍ଣ ପଟ୍ଟନାୟକ, ଆବାହକ ମନୋଜ କୁମାର ପାଢ଼ୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ ଓ କେ. ରମେଶ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ ଚଳିତ ନିର୍ବାଚନରେ ସମସ୍ତ ପ୍ରାର୍ଥୀ ଙ୍କୁ ବିଜୟୀ କରିବା ପାଇଁ ସଂକଳ୍ପ ନେଇଛନ୍ତି l ପୁତି ଗୋପାଳପୁର ଅଞ୍ଚଳର ଶ୍ରୀ ନିବାସ ରାଓ ଙ୍କ ସମେତ ଅନ୍ୟ ଦଳର ବହୁ କର୍ମୀ ମାନେ ବିଜେଡି ରେ ସାମିଲ ହୋଇଥିଲେ l ନୂତନ ଭାବେ ଯୋଗ ଦେଇଥିବା ସମସ୍ତ କର୍ମୀ ମାନଙ୍କୁ ନଗର ସଭାପତି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ଅଧ୍ୟକ୍ଷ ଓ ୱାର୍ଡ ସଭ୍ୟ ପାଇଁ ଆବେଦନ କରିବାକୁ ଇଛୁକ ଥିବା ପ୍ରାର୍ଥୀଙ୍କୁ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା l ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଆବେଦନ ପତ୍ର ଗୁଡିକ ନଗର ସଭାପତିଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି l ଯୁବ ବିଜେଡି ସଭାପତି ଶ୍ରୀ ରାଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l


