ଗଜପତିରେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ୫ଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଆଜି ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଭିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଗଣନା ଆରମ୍ଭ ହୋଇଯାଇଛି । ଆଜି ଜିଲ୍ଲାର ମୋଟ ୧୪ଗୋଟି ଜିଲ୍ଲାପରିଷଦ ଜୋନ୍ ମଧ୍ୟରୁ ୭ଗୋଟିର ଗଣନା କରାଯାଉଛି । ଏହା ସହ ସରପଞ୍ଚ, ସମିତି ଓ ୱାର୍ଡମେମ୍ବରଙ୍କ ମଧ୍ୟ ମତଗଣନା କରାଯାଉଛି । ଖବର ଲେଖା ହେବା ସୁଦ୍ଧା ୧୪ଗୋଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୭ଗୋଟିର ଗଣଣା ଫଳାନୁଯାୟୀ ବିଜେଡି ୫ଗୋଟିରେ ଆଗୁଆ ଥିବା ବେଳେ କଂଗ୍ରେସ ୨ଗୋଟିରେ ଆଗୁଆ ରହିଛି । ରହିଛି । ମୁଖ୍ୟତଃ ବିଜେଡି-କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି । କାଶୀନଗର ଜୋନ୍ ନଂ-୧ରେ ବିଜେଡି-ବିଜେପି ମଧ୍ୟରେ ମୁକାବିଲା ହେଉଥିବା ବେଳେ ଗୁମ୍ମା ଜୋନ୍ନଂ ୩ରେ କଂଗ୍ରେସ-ବିଜେଡି, ନୂଆଗଡ ଜୋନ୍ ନଂ. ୫ରେ କଂଗ୍ରେସ-ବିଜେଡି ମଧ୍ୟରେ ମୁକାବିଲା ହେଉଛି । ସେହିପରି ଗୋଷାଣୀ ବ୍ଲକର ଜେନ୍ ନଂ ୬ରେ ବିଜେଡି-ଭାଜପା, ମୋହନା ବ୍ଲକ ଜୋନ୍ ନଂ ୮ରେ ବିଜେଡି-କଂଗ୍ରେସ, ଆର୍.ଉଦୟଗିରି ବ୍ଲକ ଜୋନ୍ ନଂ ୧୨ରେ ବିଜେଡି-କଂଗ୍ରେସ ଓ ରାୟଗଡ ବ୍ଲକର ଜୋନ୍ ନଂ.୧୩ରେ ବିଜେଡି-ଭାଜପାର କଡାମୁକାବିଲା ଚାଲିଛି । ଏପରି ଭାବେ ୭ଗୋଟିରେ ୫ଗୋଟିରେ ବିଜେଡି ଓ ୨ଗୋଟି ଜୋନ୍ରେ କଂଗ୍ରେସ ଆଗୁଆ ରହିଥିବାର ସୂଚନା ମିଳିଛି ।


