ଛତ୍ରପୁର ବ୍ଲକରେ ୧୧ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ସାମୁହିକ ଅଭ୍ୟାସ

ଛତ୍ରପୁର : ଛତ୍ରପୁର ବ୍ଲକର ୧୧ଟି ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ସାମୁହିକ ଅଭ୍ୟାସ (ମକ୍ ଡ୍ରିଲ ) ଅନୁଷ୍ଠିତ ହୋଇଥିଲ।। ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଛତ୍ରପୁର ବ୍ଲକର ଅଗସ୍ତିନୂଆଗାଁ, ହରିପୁର, ବନ୍ଦର ସମେତ ବହୁ ବାତ୍ୟାଅଶ୍ରୟସ୍ଥଳୀରେ ପହଞ୍ଚି ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା , ବାତ୍ୟା ସମୟରେ ଆଗୁଆ କିପରୀ ସମସ୍ତ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ରହି ପାରିବ ସେଥିପ୍ରତି ସଚେତନତା କରାଇଥିଲେ । ଏଥିରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଫିସର ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ମକଡ୍ରିଲ କରିଥିଲେ । ଗ୍ରାମରେ ମହିଳା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଧ୍ୟାନ ରଖିବା ନିମନ୍ତେ କୁହାଯାଇଥିଲ।। ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ କିପରୀ ସରକାରଙ୍କ ତରଫରୁ ଆଗୁଆ ସୂଚନା ପ୍ରଦାନ କରାଯାଉଛି । ସେ ଉପରେ ନଜର ରଖିବା ଏବଂ ପର୍ଯ୍ୟାୟ ପରିମାଣରେ ମେଡିସିନ୍ , ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ଜିନିଷ ପତ୍ର ବହୁମୂଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ମହଜୁଦ୍ ରଖିବା ପାଇଁ ଆଶ୍ରୟସ୍ଥଳୀର ସଂପାଦକ ସମେତ ସଦସ୍ୟ ମାନଙ୍କୁ ମକ୍ ଡ୍ରିଲରେ ଉପସ୍ଥିତ ଥିବା ନୋଡାଲ ଅଫିସ ମାନେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହାସହ ଓଡ୍ରାଫ ଓ ଅଗ୍ନୀଶ୍ରମ ବିଭାଗ ଏବଂ ଗ୍ରାମର କେତକ ସ୍ୱେଚ୍ଛାସେବୀ ମାନେ ବନ୍ୟା/ବାତ୍ୟା ଅସିଲେ କିପରୀ ଲୋକମାନଙ୍କୁ ସୁରକ୍ଷାରେ ଆଶ୍ରୟସ୍ଥଳୀ ନିକଟକୁ ଅଣାଯାଇପାରିବ ସେ ନେଇ ଆଜି ସମସ୍ତ ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସାମୁହିକ ଅଭ୍ୟାସ କରାଯାଇଥିଲା ଏବଂ ଲାଇଫ୍ ଜାକେଟ୍ ପିନ୍ଧି ଲୋକଙ୍କ କିପରୀ ଜୀବନ ରକ୍ଷା କରାଯାଇପାରିବ ସେସଂପର୍କରେ ଉପସ୍ଥିତ ଲୋକମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲ।। ଛତ୍ରପୁର ବ୍ଲକର ଅଗସ୍ତିନୁଆଗାଁ, ନୋଳିଆନୂଆଗାଁ,ବଡଆର୍ଯ୍ୟପଲ୍ଲୀ, ସାନଆର୍ଯ୍ୟପଲ୍ଲୀ, ଗୋବା,ଉପୁଲାପୁଟି, ହରିପୁର ,ବନ୍ଦର,କଚ୍ଚମଣା,ମାଟିଖାଲ ଏବଂ କରାପଲ୍ଲୀ ଠାରେ ଥିବା ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମକ୍ ଡ୍ରିଲ୍୍ ଅନୁଷ୍ଠିତ ହୋଇଥିଲ।। ସେହିପରି ଛତ୍ରପୁର ସମେତ ଜିଲ୍ଲାର ୧୦୪ ଟି ବନ୍ୟା / ବାତ୍ୟାଅଶ୍ରୟସ୍ଥଳୀରେ ମକ୍ଡ୍ରିଲ ଅନୁଷ୍ଠିତ ହୋଇଥିଲ।। ପାତିସୋନପୁର ବାତ୍ୟାଅଶ୍ରୟସ୍ଥଳୀରେ ଅନୁଷ୍ଠିତ ମକ୍ଡ୍ରିଲରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ