ଛତ୍ରପୁର ବ୍ଲକରେ ୨ କରୋନା ଯୋଦ୍ଧା ସମେତ ୨୨ ଜଣ ପଜିଟିଭ୍ ଚିହ୍ନଟ
ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଓ ଏନ୍ଏସିରୁ ୨ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛତ୍ରପୁର ବ୍ଲକ ଓ ଏନ୍ଏସିରେ ପଜିଟିଭ୍ ସଂଖ୍ୟାକୁ ମିଶାଇ ୫ ଶହ ସଂଖ୍ୟା ପାର କରିଛିକୁ । ଛତ୍ରପୁର ବ୍ଲକ ଓ ଏନ୍ଏସି ପ୍ରଶାସନ ପକ୍ଷରୁ ସଂକ୍ରମତି ହାରକୁ ହ୍ରାସ କରିବା ତଥା କରେନା ମୁକ୍ତ କରିବା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନିଆଯାଉଛି । ଗତ ଗୁରୁବାର ଠାରୁ ଛତ୍ରପୁର ଏନ୍ଏସିରେ ୱାର୍ଡସ୍ତରରେ ଆଣ୍ଟିଜେନ୍ ଟେଷ୍ଟ କାର୍ଯ୍ୟକ୍ରମ ଜାରି ରହିଛି । ଆଜି ଛତ୍ରପୁର ଏନ୍ଏସିରେ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବ୍ଲକରୁ ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।