ଛତ୍ରପୁର ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଶୁଭାରମ୍ଭ କରିବା ସହ ଭିନ୍ନକ୍ଷମମାନଙ୍କର ସଶକ୍ତିକରଣ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ କୁମାର ମହାରଣା, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଂଚାନନ ପଣ୍ଡା, ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ, ବିଜୁ ଯୁବ ବାହିନୀର ବ୍ଲକ ସଂଯୋଜକ ପଙ୍କଜ କୁମାର ଦାସ, ଓଡ଼ିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା, ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ୱିନୀ ପାଇକରାୟଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ ଏବଂ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ଶିବିରରେ ପାଂଚ ଶହରୁ ଉର୍ଦ୍ଧ୍ୱ ଶାରୀରିକ ଅକ୍ଷମ ଲୋକଙ୍କ ପଂଜିକୃତ କରାଯାଇଥିବାବେଳେ ଶ୍ରବଣ, ମାନସିକ ଅନଗ୍ରସର, ଆଂଶିକ ଦୃଷ୍ଟିହୀନ ସମେତ ବହୁ ପୀଡ଼ିତମାନେ ଅଂଶଗ୍ରହଣ କରିଥିଲେ ।


