କେନାଲର ପୁନରୁଦ୍ଧାର ପାଇଁ ପ୍ରଶ୍ନ କଲେ ବିଧାୟକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଚଳିତ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଏକ ପ୍ରଶ୍ନ କରିଥିଲେ ଯେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର, ବିପୁଳିଙ୍ଗି, ବଉଳଗାଁ, ମହାନାଦପୁର, ମ୍ୟୁନିଷିପେଣ୍ଠ ଆଦି ଗ୍ରାମପଂଚାୟତର ଚାଷଜମି ବର୍ଷା ଦିନେ ବ୍ୟାପକ ଭାବେ ଜଳମଗ୍ନ ହୋଇଯାଉଛି । ଜୟମଙ୍ଗଳ କେନାଲ ଓ ରାହାଡ଼ା ନାଳର ପାଣି ଠିକ ଭାବେ ନିଷ୍ପାସନ ନହୋଇ ପଡ଼ିବା ଫଳରେ ପ୍ରତ୍ୟେକ ବର୍ଷ ଫସଲ ନଷ୍ଟ ହେଉଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଏକ କେନାଲ ଓ ନାଳର ପୁନରୁଦ୍ଧାର ପାଇଁ କ’ଣ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
ଉତ୍ତରରେ ଜୟମଙ୍ଗଳ କେନାଲ ଓ ରାହାଡ଼ା ନାଳର ପୁନରୁଦ୍ଧାର କରି ଜଳମଗ୍ନ ହୋଇଥିବା ଚାଷଜମିକୁ ଜମିରୁ ପାଣିକୁ ଠିକ ଭାବେ ନିଷ୍ପାସନ କରିବା ପାଇଁ ୯୯.୫୦ କୋଟି ଟଙ୍କାର ଏକ ପ୍ରକଳ୍ପ ରିପୋର୍ଟ ରାଜ୍ୟ ବୈଷୟିକ ଏକ କମିଟି ଦ୍ୱାରା ଅନୁମୋଦିତ ହୋଇଛି । ଏହାର ପରବର୍ତି କାର୍ଯ୍ୟ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ଚାଷୀ ହସିଲେ ଦେଶ ହସିବ ସେ ନେଇ ଚାଷୀକୂଳର ହିତ ନିମନ୍ତେ ଛତ୍ରପୁର ବିଧାୟକ ଶ୍ରୀ ବେହେରା ବିଧାନସଭାରେ ଚାଷୀମାନଙ୍କ ନିମନ୍ତେ ଏପରି ପ୍ରଶ୍ନ କରିଥିବାରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ