ଛତ୍ରପୁର ବ୍ଲକ୍ ସ୍ତରୀୟ ଭତା ବଂଟନ ମେଳା
ଛତ୍ରପୁର : ବ୍ଲକ ସ୍ତରୀୟ ଭତା ବଂଟନ ମେଳା ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାସ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଛତ୍ରପୁର ବିଧାୟକ ଡ. ପ୍ରିୟାଂଶୁ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୬୪ଜଣ ହିତାଧିକାରୀଙ୍କୁ ଭତା ବଂଟନ କରିଥିଲେ । ଏହା ସହ ୩୨ଜଣ ନିର୍ମାଣ ଶ୍ରମିକଙ୍କୁ ଘର ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡି , ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍. କିଶୋର ରେଡ୍ଡି,,ସରପଂଚ ଟି. ନରସିଂହ ରେଡ୍ଡି, ପିତାମ୍ବର ପଣ୍ଡା, ଏସ୍. ଚକ୍ରପାଣି ରେଡ୍ଡୀଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଏବଂ ପଂଚାୟତ ପ୍ରତିିନିଧି ମାନେ ଉପସ୍ଥିତ ଥିଲେ ।


