ଛତ୍ରପୁର ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ
ଛତ୍ରପୁର; ଛତ୍ରପୁର ସହର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ଛତ୍ରପୁର ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି ଯୋଗ ଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ,ବିଇଓ ଅବିନାଶ ଶତପଥୀ,ଏବିଓ ନୃସିଂହ ଚରଣ ମିଶ୍ର ଓ ସୀତାରାମ ପାତ୍ର ଙ୍କ ସମେତ ସମସ୍ତ ସିଆରସିସି ମାନେ ଅତିଥୀ ଭାବେ ଯୋଗ ଦେଇଥିଲେ । ଛତ୍ରପୁର ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସିନିଅର ଓ ଜୁନିଅର ବର୍ଗର ଦୌଡ,କବାଡି,ଖୋଖୋ,ଲମ୍ବ ଡିଆଁ,ଜାବଲିନ୍ ଥ୍ରୋ,ଡିସ୍ କସ୍ ଥ୍ରୋ,ସଟ ପୁଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସରୋଜ କୁମାର ପାଢୀ, କେ.ରଘୁନାଥ ରେଡ୍ଡି, ସୁଶାନ୍ତ କୁମାର ନାୟକ, ସୁନିତା ପାତ୍ରଙ୍କ ସମେତ ସମସ୍ତ ସ୍କୁଲର କ୍ରୀଡା ଶିକ୍ଷକମାନେ ଉପସ୍ଥିତ ରହି ସମସ୍ତ କ୍ରୀଡାକୁ ପରିଚାଳନା କରିଥିଲେ ।