ଛତ୍ରପୁର ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ମେଳା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାର, ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଛତ୍ରପୁର ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ମେଳା ବ୍ଲକ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ସାମ୍ପ୍ରତିକ ସମୟରେ ପାଠ ପଢା ବ୍ୟତୀତ ନିଯୂକ୍ତିର ଆବଶ୍ୟକତା ରହିଛି. ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଯୁବକ ଯୁବତୀ ମାନଙ୍କୁ ଉତ୍ତମ ତାଲିମ ପ୍ରଦାନ କରି ସେମାନଙ୍କୁ ରୋଜଗାରକ୍ଷମ କରାଯାଉଛି । ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ତାଲିମ ନେଇ କିପରି ସେମାନେ ରୋଜଗାରକ୍ଷମ ହୋଇପାରିବେ ତାହା ଆୟୋଜିତ ମେଳାର ମୁଖ୍ୟ ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏଣୁ ଛାତ୍ରଛାତ୍ରୀ ମାନେ ଦଶମ ଶ୍ରେଣୀରେ ବୈଷୟିକ ଶିକ୍ଷା ପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ବିଭିନ୍ନ ଅନୁଷ୍ଠାନ ଗୁଡିକରେ ନୂତନ ପଦ୍ଧତିରେ ଦକ୍ଷତା ବୈଷୟିକ ଜ୍ଞାନ ପ୍ରଦାନ କରାଯାଉଛି ଏହାକୁ ସଠିକ୍ ଭାବେ ଆହୋରଣ କଲେ ନିଜର ଦକ୍ଷତା ବୃଦ୍ଧି ପାଇପାରିବ ବୋଲି ମଧ୍ୟ ସେ କହିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କରିଣ କୁମାରୀ ଦାସ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ମିଶନ ଶକ୍ତିର ବ୍ଲକ ସଂଯୋଜକ ସନାତନ ସାହୁ ସଂଯୋଜନା କରିଥିବା ବେଳେ ଓଡିଶା ଜିବୀକା ମିଶନର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏଥିରେ ବ୍ରହ୍ମପୁର ଓ ଛତ୍ରପୁର ଆଇଟିଆଇ ସମେତ ୮ଟି ଅନୁଷ୍ଠାନର ଅଧିକାରୀ ମାନେ ଉପସ୍ଥିତ ରହି ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୩୮୩ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ