ଛତ୍ରପୁର ରେ ଉଗାଦି ପର୍ବ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ତେଲୁଗୁ କଲଚର ସୋସାଇଟି ପକ୍ଷରୁ ଉଗାଦି -୨୦୨୩ ପର୍ବ ପାଳନ କରାଯାଇଛି l ଛତ୍ରପୁର ସହରର ବହୁ ତେଲୁଗୁ ସମ୍ପ୍ରଦାୟର ଲୋକେ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏହି ପର୍ବକୁ ଧୂମଧାମ ରେ ପାଳନ କରିଛନ୍ତି l ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରିଡିଙ୍ଗ ରୁମର ସମ୍ପାଦକ ଇଂ ରାମ ଚନ୍ଦ୍ର ପଟ୍ଟନାୟକ, ତେଲୁଗୁ କଲଚର ଆସୋସିଏସନ ର ଉପ ସଭାପତି ଡି. ରାମରାଓ ଓ ସଦସ୍ୟ ଭି. ରମଣି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କୁ ସମ୍ମାନିତ କରିଥିଲେ l ଶେଷରେ କୁନି କୁନି ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଏ . ରାବଣା ରାଓ ପରିଚାଳନା କରିଥିଲେ l ଅବସର ପ୍ରାପ୍ତ ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ