ଛତ୍ରପୁର ରେ ଜନତା କର୍ଫ୍ୟୁକୁ ଜନସାଧାରଣଙ୍କ ସମର୍ଥନ
ଛତ୍ରପୁର :ସାରା ବିଶ୍ବକୁ ଏବେ କରୋନା ଭୂତାଣୁ ଭୟ । କରୋନା କୁ ଦମନ କରିବା ପାଇଁ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ବାନକୁ ସମଗ୍ର ଭାରତ ବର୍ଷ ସମର୍ଥନ କରିଛନ୍ତି । ଏହା ସହ ଓଡିଶା ର ମୁଖ୍ୟମନ୍ତ୍ରୀଙ୍କ ଲକ ଡାଉନ ଆହ୍ୱାନ ର ଆଜି ପ୍ରଥମ ଦିନ ରେ ଛତ୍ରପୁର ଜନସାଧାରଣ ମଧ୍ୟ ଜନତା କର୍ଫ୍ୟୁ ଆହ୍ବାନ ଏବଂ ଲକ ଡାଉନ କୁ ସମର୍ଥନ କରି ଆଜି ସକାଳ ୭ଟାରୁ ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଜରୁରୀ କାମ ନ ହେଲେ କୌଣସି ବ୍ୟକ୍ତି ଘରୁ ବାହାରୁ ନାହାନ୍ତି । କେବଳ ଜରୁରୀ କାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର , ଯାନବାହନ ବନ୍ଦ ରହିଛି ।