ଜନତା କର୍ଫ୍ୟୁ କୁ କୋଦଳାରେ ସମର୍ଥନ
କୋଦଳା(ଗୁଲସନ୍ କୁମାର କର):ବିଶ୍ଵବ୍ୟାପୀ କରୋନା କବଳରୁ ବାଦ ପଡ଼ିନାହିଁ ଗଞ୍ଜାମ ଜିଲ୍ଲା। ଦିନକୁ ଦିନ କରୋନାର ପ୍ରଭାବ ବୃଦ୍ଧି ପାଉଥିବା ବେଳେ କରୋନା ଭୁତାଣୁ ସଂକ୍ରାମକକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ବାର୍ତ୍ତାକୁ ନେଇ ଆଜି ସମ୍ପୂର୍ଣ୍ଣ ସହର ଖାଁ ଖାଁ ହୋଇପଡିଥିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲାର କୋଦଳା ଓ ବେଗୁନିଆପଡାର ଆଖପାଖ ଅଞ୍ଚଳରେ। ସହରରେ ଥିବା ଦୋକାନ ବଜାର,ଯାନବାହନ,ଅଟୋ ସମେତ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା।କିନ୍ତୁ ଜରୁରୀକାଳୀନ ସେବା ଅଗ୍ନିଶମ ବିଭାଗ, ଡାକ୍ତରଖାନା ଆଦି ଖୋଲା ରହିଥିଲା।ଏହାକୁ ଜନସାଧାରଣ ମାନେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିଥିଲେ। ରାଜ୍ୟ ସରକାର ୫ଟି ଜିଲ୍ଲାକୁ ଲକ ଡାଉନ କରିଥିବା ବେଳେ ସେ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଅନ୍ୟତମ,ଏହାକୁ ନେଇ ୨୯ ତାରିଖ ଯାଏଁ କାର୍ଯ୍ୟକ୍ଷମ କରିବାକୁ ସେ ନିବେଦନ କରିଛନ୍ତି।


