ଛତ୍ରପୁର ରେ ଧର୍ମଘଟ : ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ଓ ଜାତୀୟ ରାଜପଥ ଅବରୋଧ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଟି ଶ୍ରମ କୋର୍ଡ ଓ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ, କୃଷି ଆଇନ ବାତିଲ ପରବର୍ତ୍ତୀ ସଂଯୁକ୍ତ କିଷାନ ମୋର୍ଚ୍ଚାର 6 ଦଫା ଦାବି ଗ୍ରହଣ, ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସମ୍ପଦ ମୁଦ୍ରାକରଣ ଯୋଜନା ବାତିଲ କରିବା, ମାସକୁ ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା କରାଯିବା, ଆୟକର ପ୍ରଦାନ ବାହାରେ ଥିବା ପରିବାରଙ୍କୁ ମାସିକ 7500 ଟଙ୍କା ସହ ଖାଦ୍ୟ ସହାୟତା ପ୍ରଦାନ କରିବା, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ସହ ସହରାଞ୍ଚଳକୁ ନିଶ୍ଚିତ ରୋଜଗାର ଯୋଜନା ବିସ୍ତାରିତ କରିବା, ସମସ୍ତ ଅଣ ଅନୁଷ୍ଠାନିକ କ୍ଷେତ୍ରକୁ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଅଙ୍ଗନବାଡ଼ି, ଆଶା, ପାଚିକା ଭଳି ସ୍କିମ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ, ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା, କୋଭିଡ ମହାମାରୀ ସମୟରେ ଆଗ ଧାଡ଼ିର ଶ୍ରମିକ ମାନଙ୍କୁ ସୁରକ୍ଷା ଓ ସୁବିଧା ସହ ବୀମା ବ୍ୟବସ୍ତା କରିବା, ଜାତୀୟ ଅର୍ଥ ବ୍ୟବସ୍ଥାକୁ ପୁନର୍ଜୀବିତ ଓ ପୁନଃରୁଦ୍ଧାର କରିବା ପାଇଁ ଧନିକ ବର୍ଗ ଉପରେ ସମ୍ପଦ କରି ଆଦି ବସାଇ ଗୁରୁତ୍ୱପୂର୍ଣ ସାର୍ବଜନୀନ ସେବା କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି, ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀ ଉପରୁ ବିପୁଳ ପରିମାଣର କେନ୍ଦ୍ରୀୟ ଅବକାରୀ ଟିକସ ହ୍ରାସ ଏବଂ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବା, ଠିକା, ସ୍କିମ ଶ୍ରମିକ ମାନଙ୍କୁ ସ୍ଥାୟୀ କରିବା ଏବଂ ସମସ୍ତଙ୍କ ପାଇଁ ସମାନ କାମକୁ ସମାନ ମଜୁରୀ ନୀତି ଲାଗୁ କରିବା, ଜାତୀୟ ପେନସନ ଯୋଜନା ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁ, କର୍ମଚାରୀ ପେନସନ ଯୋଜନା ଅଧିନସ୍ଥ ସର୍ବନିମ୍ନ ପେନସନ ରେ ଆଖି ଦୃଶିଆ ବୃଦ୍ଧି କରିବା ଭଳି ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ଦୁଇଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି l ଏହି ପରିପ୍ରେକ୍ଷୀ ରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହି ଧର୍ମଘଟ ରେ ସାମିଲ ହୋଇଛନ୍ତି l ବହୁ ମାତ୍ର ରେ ଏ.ଆଇ.ଟି.ୟୁ.ସି ର ନେତାଓ କର୍ମୀ ଏବଂ ଏଆଇଟିୟୁସି ଅନୁବନ୍ଧିତ ଅଙ୍ଗନବାଡ଼ି କର୍ମୀ ସଙ୍ଘର ମହିଳା ନେତ୍ରୀ ମାନେ ଜୋରଦାର ପିକେଟିଂ କରିବା ସହ ଏହି ଧର୍ମଘଟ କୁ ସଫଳ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲେ l ସେମାନଙ୍କ ସହ ଏଚ ଏମ ଏସ, ଆଇ ଏନ ଟି ୟୁ ସି ଓ ଭାରତୀୟ ମୁକ୍ତି ମୋର୍ଚ୍ଚା ସଂଗଠନ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l ପ୍ରାରମ୍ଭରେ ଏହି ସମସ୍ତ ସଂଗଠନ ର ନେତା ଓ କର୍ମୀ ମାନେ ଛତ୍ରପୁର ସହର ପରିକ୍ରମା କରି ଏହି ଦୁଇ ଦିନିଆ ଧର୍ମଘଟ ନିମନ୍ତେ ପିକେଟିଂ କରିବା ସହ ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବା ସହ ଏହି ଧର୍ମଘଟ ରେ ସାମିଲ ହୋଇ ସଫଳ କରିବା ନିମନ୍ତେ ଡାକରା ଦେଇଥିଲେ l ପରେ ସ୍ଥାନୀୟ କଲେଜ ଛକ ନିକଟ ଜାତୀୟ ରାଜପଥ ପ୍ରାୟ ଦୁଇ ଘଣ୍ଟା ବିଭିନ୍ନ ଶ୍ରମିକ ସଂଗଠନ ର ନେତା ଓ କର୍ମୀ ମାନେ ଅବରୋଧ କରିଥିଲେ l ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା l ଏହି ଧର୍ମଘଟ ରେ ଏଆଇ ଟି ୟୁସି ନେତା ତଥା ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଏସ. କ୍ରୀଷ୍ଣା ରେଡ୍ଡୀ, ସହ -ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ନାରୀନେତ୍ରୀ ଏନ. ଭାନୁମତୀ ରେଡ୍ଡୀ, ଅଙ୍ଗନବାଡି କର୍ମୀ ସଂଗଠନ ର ନେତ୍ରୀ ବାସନ୍ତୀ ସାହୁ, ସକାମ୍ବରୀ ବାରିକ, ସିପିଆଇ ନେତା ଏସ. ତ୍ରିନାଥ ରେଡ୍ଡୀ, ଏଚ ଏମ ଏସ ର ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ଦାଶ, ଓଡିଶା ନିର୍ମାଣ ମଜଦୁର ସଭା ମହିଳା ଶାଖା ର ସମ୍ପାଦକ ମମତା ନାୟକ, ଭାରତୀୟ ମୁକ୍ତି ମୋର୍ଚ୍ଚା ର ଜିଲ୍ଲା ସଭାପତି ସୁମା ଦାସ ଓ ଆଇ ଏନ ଟି ୟୁ ସି ନେତା ଇଜୁ ଆମିନ ଖାନ ସମେତ ବିଭିନ୍ନ ଶ୍ରମିକ ସଂଗଠନ ର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l