ଛତ୍ରପୁର ରେ ହନୁମାନ ଜୟନ୍ତୀ ପାଳନ

ଛତ୍ରପୁର : ଓଡିଆ ନବବର୍ଷ ଆରମ୍ଭ ବିଷୁବ ସଂକ୍ରାନ୍ତୀ ଦିନରେ ଛତ୍ରପୁର ବ୍ଲକ ପୋଡାପଦର ଗ୍ରାମପଂଚାୟତର କୁମାରବେଗପଲ୍ଲୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମହାବୀର ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇ ଥିବା ବେଳେ ହଜାର ହଜାର ଭକ୍ତମାନେ ପ୍ରସାଦ ସେବନ କରାଯାଇଥିଲା । ଛତ୍ରପୁର ସହର ଓ ଏହାର ଆଖପାଖ ଅଞ୍ଚଳର ହଜାରହଜାର ଭକ୍ତଙ୍କ ସମାଗମ ହୋଇ ହନୁମାନଙ୍କ ଦର୍ଶନ କରିବା ସହିତ ଚାଳିଶାରେ ଭାଗନେଇଥିଲେ । ମଧ୍ୟାହ୍ନରେ ଅନ୍ନ ପ୍ରସାଦ ସେବନ କରିଥିବା ବେଳେ ସଂନ୍ଧ୍ୟାରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଆଜକୁ ପ୍ରାୟ ଦୀର୍ଘବର୍ଷ ଧରି ସହରର କିଛି ସ୍ୱେଚ୍ଛାସେବୀ ବ୍ୟକ୍ତି ଓ ଗ୍ରାମବାସୀଙ୍କ ସହଯୋଗ ରହି ଆସିଛି । ଆଜିଦିନରେ କୁମାରବେଗପଲ୍ଲୀ ହନୁମାନ ମନ୍ଦିର ସମେତ ଜେଲ ନିକଟସ୍ଥ ହନୁମାନ ମନ୍ଦିର,ପୋଡାପଦର ଗ୍ରାମର ହନୁମାନ ମନ୍ଦିର, ରେଳଷ୍ଟେସନ ହନୁମାମନ୍ଦିର, ପିଲିବନ୍ଧ ହନୁମାନ ମନ୍ଦିର ଗୈାରିଶଙ୍କର ହନୁମାନ ବିଗ୍ରହ ପ୍ରତିମୂର୍ତି ପୂଜାର୍ଚ୍ଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ