ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ପାଇଁ ଅନୁମତି

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଭିନ୍ନ ବିଷୟରେ ପିଜି ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି । ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହି ମହାବିଦ୍ୟାଳୟର ବିଭିନ୍ନ ବିଷୟ ଯଥା ଉଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ପଦାର୍ଥ ବିଜ୍ଞାନ, ବାଣିଜ୍ୟ, ଅର୍ଥଶାସ୍ତ୍ର, ଇଂରାଜୀ ଓ ରାଜନିତୀ ବିଜ୍ଞାନ ଆଦି ବିଷୟରେ ନୂତନ ଭାବରେ ସ୍ନାତ୍ତକୋତ୍ତର ବିଭାଗ ଆରମ୍ଭ ହେବ । ସେହିହପରି ପୂର୍ବରୁ ଇତିହାସ ଓ ଓଡିଆ ବିଭାଗର ପିଟିସନ୍ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଇଛି । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟ ପକ୍ଷରୁ ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଅନୁମତି ମଗାଯାଇଥିବା ବେଳେ ଆଜି ଏନେଇ ଏକ ଚିଠି ମାଧ୍ୟମରେ ଅନୁମତି ମିଳିଛି । ଯାହା ଫଳରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ