ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ଜାତୀୟ ସେବା ଯୋଜନା ଶିବିର ଶନିବାର ଉଦଯାପିତ ହୋଇଯାଇଛି l ଉକ୍ତ ଶିବିର ଡିସେମ୍ବର ୨୫ ତାରିଖଠାରୁ ଆରମ୍ଭ ହୋଇଥିଲା l ପ୍ରଥମ ଦିନ ଉଦଘାଟନ ଉତ୍ସବରେ ଅଧ୍ୟକ୍ଷ ମହୋଦୟ କିଶୋର କୁମାର ବେହେରା ଏବଂ ସହକାରୀ ଅଧ୍ୟାପିକା ପିଙ୍କିରାଣୀ ଦେଇ ଯୋଗଦାନ କରି ସ୍ବେଛାସେବୀ ଗଣଙ୍କୁ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିଲେ l ପ୍ରଥମ ଦିନ ମହାବିଦ୍ୟାଳୟର ପରିସର ପରିଚ୍ଛନ୍ନ କରିବା ପୂର୍ବକ ପୋଷ୍ୟ ଗ୍ରାମ ତରେଇ ପାଟପୁରକୁ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ l ଦ୍ୱିତୀୟ ଦିନ ସକାଳୁ ଯୋଗ, ପ୍ରାଣାୟାମ ସହ ବିଦ୍ୟାଳୟ ପରିସର ତଥା ତରେଇ ପାଟପୁରରେ ଥିବା ମନ୍ଦିର ପରିସରକୁ ସଫେଇ କରିଥିଲେ ସ୍ବେଛାସେବୀଗଣ l ତୃତୀୟ ଦିନ ପୋଷ୍ୟ ଗ୍ରାମର ନଳକୂପ ଗୁଡିକର ଚତୁର୍ପାଶ୍ୱ ତଥା ରାସ୍ତା କଡ଼ରେ ଥିବା ନାଳ ନର୍ଦମାକୁ ସଫା କରିଥିଲେ l ସ୍ବେଛାସେବୀଗଣ ଚାରିଟି ଗ୍ରୁପରେ ବିଭକ୍ତ ହୋଇ ମାସ୍କ ବଣ୍ଟନ ପୂର୍ବକ ଚାରି ଦିଗକୁ ସଚେତନତାର ବାର୍ତ୍ତା ନେଇ ଦ୍ୱାର ଦ୍ୱାର ସଚେତନ କରିଥିଲେ l ଚତୁର୍ଥ ଦିନରେ ମହାବିଦ୍ୟାଳୟର ଗଣିତ ବିଭାଗର ସହକାରୀ ଅଧ୍ୟାପକ ବାଦଲ ସାହୁ ଶିବିରରେ ଯୋଗ ଦେଇ ନୈତିକ ମୂଲ୍ୟବୋଧର ବାର୍ତ୍ତା ସ୍ବେଛାସେବୀଙ୍କୁ ପ୍ରଦାନ କରି ପ୍ରୋତ୍ସାହିତ କରିଥିଲେ l ପଞ୍ଚମ ଦିନରେ ସ୍ବେଛାସେବୀ ଗଣ ଶକ୍ତି ସଞ୍ଚୟ ଭବିଷ୍ୟତ ବଞ୍ଚାଅ, ରକ୍ତ ଦାନ ଜୀବନ ପ୍ରଦାନ ପଥପ୍ରାନ୍ତ ନାଟକ କରିଥିଲେ l ଷଷ୍ଠ ଦିନରେ ଯୋଗ ସାରି ସ୍କୁଲ ପରିସର ସଫେଇ କାର୍ଯ୍ୟକ୍ରମ ହେଲା l ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନର ସହକାରୀ ଅଧ୍ୟାପିକା ରାଜବାଳା ତ୍ରିପାଠୀ ଶିବିରରେ ଯୋଗ ଦେଇ ପିଲାମାନଙ୍କୁ ସଚେତନତାର ବିଭିନ୍ନ ଦିଗପ୍ରତି ଦୃଷ୍ଟି ଆକର୍ଷଣ ଦେବା ପାଇଁ ପ୍ରବର୍ତ୍ତାଇଲେ l ଉକ୍ତ ଦିନରେ ସ୍ବେଛାସେବୀ ଗଣଙ୍କ ଦ୍ୱାରା ଅନ୍ଧବିଶ୍ୱାସ, ସ୍ୱଚ୍ଛତା ମିଶନ, ଜଳ ସଂରକ୍ଷଣ, ନିଶା ନିବାରଣ ଇତ୍ୟାଦି ଉପରେ ପଥପ୍ରାନ୍ତ ନାଟକ ଅଭିନୀତ ହୋଇଥିଲା l ଶିବିରର ସପ୍ତମ ତଥା ଶେଷ ଦିନର ଉଦଯାପନୀ ଉତ୍ସବ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟ କିଶୋର କୁମାର ବେହେରା ଓ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଅମର ବିଷୋୟୀ ମହୋଦୟ ଯୋଗ ଦେଇଥିଲେ l ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ଲମ୍ବୋଦର ନାୟକ ମଞ୍ଚ ପରିଚାଳନା କରିଥିଲେ l ଅଧ୍ୟକ୍ଷ ମହୋଦୟ ଆପଣାର ପିଲାଦିନର ସ୍ମୃତିକୁ ସ୍ବେଛାସେବୀଙ୍କ ଆଗରେ ବଖାଣି ଆପଣାକୁ ଉଦାହରଣ ସଜାଇଥିଲେ ଓ ପିଲାମାନଙ୍କୁ ଆଗାମୀ ଯୁଗପୀଢ଼ିଙ୍କୁ ସେବା ମନୋବୃତ୍ତିରେ ତ୍ୱରାନ୍ୱିତ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ l ମୁଖ୍ୟ ଅତିଥି ମହୋଦୟ ଅମର ବିଷୋୟୀ ମଧ୍ୟ ପିଲାମାନଙ୍କୁ ବହୁ ମହାମନୀଷୀଙ୍କ କର୍ତ୍ତବ୍ୟପରାୟଣତାର ଉଦାହରଣ ପୂର୍ବକ ବିନ୍ଦୁ ବିନ୍ଦୁର ସମାହାରରେ ସାଗର ସୃଷ୍ଟିର ପ୍ରେରଣାମୂଳକ ଉକ୍ତି ରଖିଥିଲେ l ଶେଷରେ କିରଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l