ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ବିଶ୍ଵ ଜଳଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ନାଭାଲ ଏନସିସି ତରଫରୁ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁରସ୍ଥିତ ୦୧ ଓଡ଼ିଶା ନାଭାଲ ଏନସିସି କାର୍ଯ୍ୟାଳୟ ର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ନାଭାଲ ଏନସିସି ଅଧିକାରୀ ସବ୍ ଲେପଟନାଟ ମନୋରଞ୍ଜନ ମହାରଣା କ୍ୟାଡେଟ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ର କଳା ପ୍ରତିଯୋଗିତା କରାଇଥିଲେ। ପରେ ଏନସିସି ଅଧିକାରୀ ଙ୍କ ନେତୃତ୍ଵ ରେ କ୍ୟାଡେଟ ମାନେ ଏକ ଶୋଭଯାତ୍ରାରେ ବହାରି ଛତ୍ରପୁର ଅଞ୍ଚଳରେ ସଚେତନତା ବାର୍ତା ଦେବା ପୂର୍ବକ ଜଳ ହିଁ ଜୀବନ ନରା ଦେଇ ଥିଲେ। ଶେଷରେ ମହା ବିଦ୍ୟାଳୟରେ ଏକ ସଭା ଆୟୋଜନ କରାଯାଇ କ୍ୟାଡେଟ ମାନେ ଏହି ଦିବସ ର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ସମର୍ଧିତ କରାଯାଇଥିଲା।