ଛତ୍ରପୁର ସହରରେରେ ଧୁମ ଧାମରେ ଚାଲିଛି ମା ଦୁର୍ଗାଙ୍କ ପୂଜା

ଛତ୍ରପୁର, (ଦେବଦତ୍ତ ମହାରଣା) : ଧରାବତରଣ କରିଛନ୍ତି ମା ଜଗତ ଜନନୀ ଦୁର୍ଗା l ଏଥିପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି l ବିଭିନ୍ନ ପୂଜା ମଣ୍ଡପ ରେ ମାଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ଦେଖିବାକୁ ମିଳିଛି l ବିଭିନ୍ନ ଆଲୋକ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସି ଉଠୁଛି ବିଭିନ୍ନ ପୂଜା ମଣ୍ଡପ l ମା ଆସିଛନ୍ତି ଧରା ପୃଷ୍ଠକୁ l ମାଙ୍କୁ ସ୍ୱାଗତ କରିବା ପାଇଁ କାଶତଣ୍ଡୀ ଫୁଲ ଅନାଇ ବସିଛି l ସବୁଜ ସୁନ୍ଦର ପରିବେଶ ମା ଙ୍କ ଆଗମନକୁ ସତେ ଯେମିତି ଅପେକ୍ଷା କରି ବସିଛି l ଦୁର୍ଗା ପୂଜା ନିମନ୍ତେ ସହରର ବିଭିନ୍ନ ଶକ୍ତିପିଠ ଓ ପୂଜା ମଣ୍ଡପ ମାନଙ୍କରେ ମାଙ୍କ ଷୋଳଦିନାତ୍ମକ ଯାତ୍ରା ଓ ଦଶ ଦିନାତ୍ମକ ଯାତ୍ରା ଆରମ୍ଭ ହୋଇ ସାରିଲାଣି l ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି l ଛତ୍ରପୁର ଉପକଣ୍ଠ ନୀଳାଦ୍ରିପୁର ପର୍ବତ ଶିଖରେ ବିଜେ କରିଥିବା ମା ରାମଚଣ୍ଡୀ ଙ୍କ ଶକ୍ତିପୀଠ ରେ ଧୁମ ଧାମ ରେ ଚାଲିଛି ମାଙ୍କ ପୂଜା l ସେହିପରି ଟାକିରିଆ ବ୍ରହ୍ମପୁର ସ୍ଥିତ ମା କନକ ଦୁର୍ଗା ଙ୍କ ମନ୍ଦିର, ବିପୁଳିଙ୍ଗୀ ଗ୍ରାମ ପାହାଡ଼ ଉପରେ ବିଜେ କରିଥିବା ମା ବିରସିଂହୀ ଙ୍କ ମନ୍ଦିର, ପୋଡାପଦର ଗ୍ରାମ ସ୍ଥିତ ମା କନ୍ଧୁଣି ମହାମାୟୀ ଙ୍କ ମନ୍ଦିର, ଛତ୍ରପୁର ସହରର ଗ୍ରାମ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଙ୍କ ମନ୍ଦିର ଓ କୋର୍ଟ ଷ୍ଟେସନ ସାହି କାଳୀ ମନ୍ଦିର ରେ ମଧ୍ୟ ମା ଙ୍କ ନବରାତ୍ର ପୂଜା ଧୁମ ଧାମ ରେ ପାଳନ ହେଉଛି l ସେହିପରି ସହରର ଲୋୟାର ବସ ଷ୍ଟାଣ୍ଡ, ବଡ଼ ବଜାର ଆଦି ବିଭିନ୍ନ ସ୍ଥାନରେ ମାଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି l ପ୍ରତ୍ୟେକ ଦୀନ ମା ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି, ଚଣ୍ଡୀପାଠ, ମହାପୂଜା, ବାହ୍ୟ କୁମ୍ଭ ପୂଜା, ହୋମ ଆଦି କାର୍ଯ୍ୟକ୍ରମ ପଣ୍ଡିତ ମାନଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପାଳନ କରାଯାଉଛି l ମାଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ