ଛତ୍ରପୁର ସହରର ଗିଲଟିପେଟା ସାହିର ଯୁବକ ସଂଘ ପକ୍ଷରୁ ପୁରୀ ଜିଲ୍ଲାର ବାତ୍ୟା ବିପନ୍ନଙ୍କୁ ସହାୟତା
ଛତ୍ରପୁର- ଫୋନି ବାତ୍ୟାରେ ରାଜ୍ୟର ଅଧିକାଂଶ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଏହାର ପୁନରୁଦ୍ଧାର ନିମନ୍ତେ ବିଭିନ୍ନ ସଂସ୍ଥା ସରକାରୀ କର୍ମଚାରୀ ଓ ସମାଜସେବୀ ଏବଂ ପରଉପକାରୀ ବ୍ୟକ୍ତି ମାନେ ସହାୟତା ରାଶି ସହିତ ବିଭିନ୍ନ ରିଲିଫ୍ ସାମଗ୍ରୀ ବାତ୍ୟା ବିପନ୍ନ ଅଂଚଳକୁ ପଠାଇ ଆସୁଛନ୍ତି । ଏନେଇ ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସି ଅନ୍ତର୍ଗତ ୧୧ ନଂ ୱାର୍ଡ଼ର ଗିଲଟିପେଟା ସାହି ଯୁବକ ସଂଘ ପକ୍ଷରୁ କେ. ହରିନାଥଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାକୁ ଗସ୍ତ କରି ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୋଲାଙ୍ଗ ଗ୍ରାମରେ ୧୫ଶହ ପରିବାରଙ୍କୁ ଖାଇବା ବ୍ୟବସ୍ଥା କରାଯାଇଛି । ସେହିପରି ପୁରୀ ଜିଲ୍ଲାର ସାତପଡ଼ା ପଂଚାୟତର ବାଘମୁଣ୍ଡା ଗ୍ରାମର ସମସ୍ତ ପରିବାରଙ୍କୁ ଶାଢି, ଲୁଙ୍ଗି, ଗ୍ରୋସରୀ ସାମଗ୍ରୀ , ଷ୍ଟିଲ୍ ଥାଳି , ଷ୍ଟିଲ୍ ଗ୍ଲାସ୍, ଛୋଟ ଶିଶୁ ମାନଙ୍କ ପାଇଁ ବିସ୍କୁଟ, ଖେଳନା, ପିଲାଙ୍କ ପାଠ ପଢିବା ନିମନ୍ତେ ପେନସିଲ୍ ,ରମ୍ବର, ବହି ଆଦି ରିଲିଫ୍ ସାମଗ୍ରୀ ବଂଟନ କରିଛନ୍ତି ।ଏହି କାର୍ୟ୍ୟକ୍ରମରେ ଆନ୍ତର୍ଜାତିକ ଖେଳାଳି ତଥା ଯୁବ ସମାଜସେବୀ ଭି. ରମେଶ ରାଓ, ସୁଶାନ୍ତ ବେହେରା, ନଳଳୀକାନ୍ତ ନାୟକ, ସୁକାନ୍ତ ଗୌଡ଼, ମୁକେଶ , ବି. ମନୋଜ, ମୁରଲି ଦାଶ, କାଳିଆ ପଣ୍ଡା, ନାରାୟଣ ମହାରଣା,ସତ୍ୟ ନାରାୟଣ ବେହେରଙ୍କ ସମେତ ବହୁ ଯୁବକ ସଂଘ ଓ ଗଣେଶ ପୂଜା କମିଟିର ସମସ୍ତ ସଭ୍ୟ ସଭ୍ୟା ମାନେ ଡ଼ଙ୍ଗା ମାଧ୍ୟମରେ ସାତପଡ଼ା ଦେଇ ବାଘମୁଣ୍ଡା ଗ୍ରାମକୁ ପହଂଚିଥିଲେ । ଏନେଇ ଛତ୍ରପୁର ସମେତ ଜ଼ୀଲ୍ଲା ର ବିଭିନ୍ନ ମହଲରୁ ଯୁବକ ସଂଘ ର ସମସ୍ତ ସଭ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


