ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ସମେତ ବିଭିନ୍ନ ଗ୍ରାମାଂଚଳ ଓ ସହରାଂଚଳ ମାନଙ୍କରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ମାନଙ୍କରେ ରଥ ଯାତ୍ରାକୁ ଧୁମଧାମ ରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁଙ୍କ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମଙ୍ଗଳ ଆଳତି କରାଯାଇଥିଲା । ପୂର୍ବାହ୍ନ ଦିନ ୧୧ ଟା ବେଳେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଉପବେସନ କରାଯାଇଥିଲା । ପରେ ମନ୍ଦିରର ରାଜା ଶ୍ରୀ କୈଳାଶ ଚନ୍ଦ୍ର ଦେଓ ରଥରେ ଛେରା ପହଁରା କରିଥଲେ । ପରେ ରଥ ଉପରେ ଶ୍ରୀ ଜିଉଙ୍କ ଆଳତି କରାଯାଇଥିଲା । ଅପରାହ୍ନ ୩ ଟାରେ ରଥ ମନ୍ଦିର ପରିସରରୁ ବାହାରି ମଝି ବଜାର ସ୍ଥିତ ମାଉସୀ ମା ମନ୍ଦିର ନିକଟରେ ପହଂଚିଥିଲା । ସେଠାରେ ପୁଣି ଶ୍ରୀ ଜିଉଙ୍କ ଆଳତି ଓ ରିତୀନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମାଉସୀ ମା ମନ୍ଦିରକୁ ତିନି ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଥିଲା । ପ୍ରାରମ୍ଭରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଡେ଼ପଲ୍ଲୀ ସାହି ସ୍ଥିତଶ୍ରୀ ଜଗନ୍ନାଥ ମନ୍ଦିରରେ ପହଂଚି ଶ୍ରୀ ଜୀଉ ଙ୍କୁ ଦର୍ଶନ କରିଥିଲେ l ମନ୍ଦିର କମିଟି ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସନ୍ଧ୍ୟାରେ ବହୁ ଭକ୍ତ ମାଉସୀ ମା ମନ୍ଦିରରେ ଶ୍ରୀ ଜିଉଙ୍କୁ ଦର୍ଶନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସଭାପତି ସୁଧୀର କାନ୍ତ ରଥ, ସମ୍ପାଦକ ରମେଶ ଚନ୍ଦ୍ର ଚୌଧୁରୀ,ଆଦିକନ୍ଦ ପାଣିଗ୍ରାହୀ, ଜଗବନ୍ଧୁ ପାଣିଗ୍ରାହୀ, ମୁଖ୍ୟ ପୂଜକ ରାଜେନ୍ଦ୍ର ଶତପଥି, ଏନ୍. ଜଗଦୀଶ ରାଓ, ଭାଗବତ ପ୍ରସାଦ ମହାପାତ୍ର, ଅସିତ ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ସାହୁ, ମନୁ ସେନାପତି, ଏନ. ଗିରିଧର ରାଓ, ରାମକୃଷ୍ଣ ପଟ୍ଟନାୟକ, ଶଙ୍କର ପଟ୍ଟନାୟକ,ଭାବି ଶତପଥି ଙ୍କ ସମେତ ସମସ୍ତ ବହୁ ଭକ୍ତ ମାନେ ପରିଚାଳନା ରେ ସହଯୋଗ କରିଥିଲେ l ସେହିପରି ଛତ୍ରପୁର ସହରରେ ଥିବା ଦାସିରି ଜଗନ୍ନାଥ ମନ୍ଦିର, ଅପର ବସଷ୍ଟାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିର, ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି, ନରେନ୍ଦ୍ରପୁର ଭଳି ବିଭିନ୍ନ ଗ୍ରାମରେ ମଧ୍ୟ ରଥଯାତ୍ରା ମହା ଆଡମ୍ଭର ସହକାରେ ପାଳନ କରାଯାଇଛି ।


