ବ୍ଲକ ସ୍ତରୀୟ ସେବା ସମବାୟ ସମିତି କର୍ମଚାରୀ ସଂଘର ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକସ୍ଥିତ ପଧାନପଡା ସେବା ସମବାୟ ସମିତି ପରିସରରେ ବ୍ଲକ ସ୍ତରୀୟ ସେବା ସମବାୟ ସମିତି କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସେବା ସମବାୟ ସମିତି କର୍ମଚାରୀ ସଂଘର ସଭାପତି ନାରାୟଣ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓଡିଶା ସମବାୟ ସମିତି କର୍ମଚାରୀ ସଂଘର ରାଜ୍ୟ ଉପସଭାପତି ଶରତ ଚନ୍ଦ୍ର ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବ୍ଲକ ସମବାୟ ସମିତି କର୍ମଚାରୀ ସଂଘର ସଭାପତି ଶ୍ରୀ ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପରେ ବ୍ଲକ ସଂଘର ସଂପାଦକ ନାରାୟଣ ଚନ୍ଦ୍ର ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବୈଠକରେ ରେଜିଷ୍ଟ୍ରାରଙ୍କ ଦ୍ୱାରା ପ୍ରକାଶ ପାଇଥିବା କ୍ୟାଡର ରୁଲ୍ ସର୍ତ୍ତାବଳୀକୁ ବିରୋଧ କରାଯାଇଥିଲା । କାର୍ଯ୍ୟବନ୍ଦ ଆନ୍ଦୋଳନ କିପରି ବଳବତ୍ତର ରହିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ସମସ୍ତ ବର୍ଗର ସମବାୟ ସମିତି କର୍ମଚାରୀ ମାନଙ୍କୁ ସରକାରୀ କ୍ୟାଡରଭୁକ୍ତ କରିବା ପାଇଁ ଦାବୀ ହୋଇଥିଲା । ସେବା ସମବାୟ ସମିତି କର୍ମଚାରୀ ମହାମଞ୍ଚର ନିଷ୍ପତ୍ତି ଅନୁଯାୟୀ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ବ୍ୟାଙ୍କ ଓ ପ୍ରଶାସନିକ କାର୍ଯ୍ୟକୁ ଅସହଯୋଗ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକରେ ବ୍ଲକ କୋଷାଧ୍ୟକ୍ଷ ମାନସ କୁମାର ପଣ୍ଡା, ରାଜ୍ୟ ମହାସଂଘର ସଦସ୍ୟ କାମିନୀକାନ୍ତ ପଣ୍ଡାଙ୍କ ସମେତ ୧୧ ସମବାୟ ସମିତିର ସଂପାଦକ, ସହ ସଂପାଦକ ଓ କିରାଣୀ, ଡିଇଓ ଓ ସମସ୍ତ ବର୍ଗର କର୍ମଚାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ