ଛତ୍ରପୁର ସହରର ସମେତ ଆଖପାଖ ଗ୍ରାମରେ ମେରୁଯାତ୍ରା

ଛତ୍ରପୁର : ଗଂଜାମ ପ୍ରସିଦ୍ଧ ଯାତ୍ରା ମାନଙ୍କ ମଧ୍ୟରେ ଦଣ୍ଡଯାତ୍ରା ଜିଲ୍ଲା ସମସ୍ତ ଅଞ୍ଚଳରେ ଧୁମ୍ଧାମ୍ ରେ ଦୀର୍ଘ ୨୧ଦିନିଆ ପାଳନ କରାଯାଇଥିବା ବେଳେ କେତକ ଅଂଚଳରେ ୧୩ଦିନିଆ ଦଣ୍ଡଯାତ୍ରା ପାଳନ କରି ଆଜି ମେରୁସଂକ୍ରାନ୍ତୀ ଉପଲକ୍ଷେ ଯାତ୍ରା ସମପନ ହୋଇଛି । ଛତ୍ରପୁର ବ୍ଲକ ସୀତାନଗର ଗ୍ରାମ ସ୍ଥିତ ମାଁ ଶ୍ୟାମାକାଳୀଙ୍କ ପୀଠରେ ମଧ୍ୟ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି । ଆଜି ସକାଳେ ଦଣ୍ଡଯାତ୍ରା ଧୂଳିଦଣ୍ଡ ଓ ପାଣିଦଣ୍ଡ ସାରି ମାଁଙ୍କ ପୀଠରେ ହୋମଯଜ୍ଞ କରି ପାଟଭୁକ୍ତା ହୋମନିଆଁ ମେରୁଖୁଂଟଣ୍ଟ ଲଟକାଇଥିଲେ । ମନ୍ଦିର ପରିଚାଳନା କମିଟିର ସଦସ୍ୟ ସିମାଚଂଳ ପ୍ରଧାନ, ଗୁରୁନାଥ ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଏହିଯାତ୍ରା ଶାନ୍ତିଶୃଙ୍ଖଳା ଭାବେ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାରହଜାର ମହିଳା ଓ ପୁରୁଷ,ମାନସିକ ଧାରୀ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ଏହାପରେ ପାଟଭୁକ୍ତା ମାନସିକଧାରୀ ଙ୍କୁ ତାଙ୍କ ହାତରେ ଆମ୍ବ,ଖଜୁରୀକୋଳି,ନଡିଆ ଦେଇଥାନ୍ତି । ଆସିବା ବାଟରେ ମାଁଙ୍କୁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଭକ୍ତମାନେ କରିଥାନ୍ତି । ଦଣ୍ଡଯାତ୍ରାରେ ଭାଗନେଉଥିବା ଦଣ୍ଡୁଆମାନଙ୍କ ସମେତ ପରିବାର ବର୍ଗମାନେ ଦୀର୍ଘଦିନ ଧରି ନିଷ୍ଠାରେ ବ୍ରତପାଳନ୍ତି । ଆଜି ଦିନରେ ଛତ୍ରପୁର ସହରର ବିରେଶ୍ୱର ଦକ୍ଷିଣ ଦଣ୍ଡକାଳୀ ସମେତ କୁମାରବେଗପଲ୍ଲୀ , ନନ୍ଦପଣ୍ଡାପଲ୍ଲୀ , ରାଜପୁର , ସିନ୍ଦିରାପଲ୍ଲୀ, କମାପଲ୍ଲୀ, କେରାଣ୍ଡିତୋଳା,ଲଣ୍ଡାବାଉଁଶ,ବିପୁଳିଙ୍ଗ ଆଦି ଗ୍ରାମରେ ମେରୁଯାତ୍ରା ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ