ଛତ୍ରପୁର ସହର ଓ ଆଖପାଖ ଅଂଚଳରେ ଶ୍ରୀରାମ ନବମୀ ପାଳିତ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ­­­ଛତ୍ରପୁର ସହର ଓ ଆଖପାଖ ଅଂଚଳରେ ପବିତ୍ର ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇ ଯାଇଛି । ଛତ୍ରପୁର ନିକଟ ତୁଡୁକପଲ୍ଲୀ ଠାରେ ଥିବା ମନ୍ଦିରରେ ଆଜି ସକାଳଠାରୁ ଭକ୍ତଙ୍କର ଭିଡ ଲାଗିରହିଥିଲା । ଏହି ଅବସରରେ ରାମଚରିତ ମାନସ ପାଠ କରାଯିବା ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ଶହ ଶହ ଭକ୍ତ ଭଗବାନ ଶ୍ରୀରାମଙ୍କୁ ଦର୍ଶନ କରିବା ସହିତ ଉପବାସ ରହି ପୁଜାର୍ଚ୍ଚନା କରିଥିଲେ । ସେହିପରି ଛତ୍ରପୁର ବଡଗେ୍ଧସନ ନିକଟରେ ଥିବା ରାମ ମନ୍ଦିରରେ ମଧ୍ୟ ଶ୍ରୀରାମ ନବମୀ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଶ୍ରଦ୍ଧାଳୁ ଭକ୍ତ ମାନେ ସେଠାରେ ଚାଲିଥିବା ହନୁମାନ ଚାଳିଶା ଓ ରାମଚରିତ ମାନସ ପାଠରେ ଭାଗ ନେବା ସହିତ ମନ୍ଦିର କମିଟି ପକ୍ଷରୁ ଚାଲିଥିବା ଅନ୍ନ ପ୍ରସାଦ ସେବନରେ ମଧ୍ୟ ଭାଗନେଇଥିଲା । ତାଛଡା ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର, ଜେଲ ନିକଟରେ ଥିବା ହନୁମାନ ମନ୍ଦିର , କାଳିଆବାଲି ନିକଟରେ ଥିବା ହନୁମାନ ମନ୍ଦିର ଠାରେ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ